ତୁମ ପାଇଁ
ତୁମ ପାଇଁ
ଜୀଵନର ଝାଞ୍ଜି ବୈଶାଖେ ତୁମେ
ବସନ୍ତ ମଳୟ ଧରି
ଭରି ଦେଇଅଛ ବନ୍ଧୁର ପଥରେ
କୁସୁମର ସୁନାଝରି।
ଉଦାସୀନ ପ୍ରାଣେ ଜାଗିଲା ସତେକି
ନବ ଜୀବନର ସ୍ୱର
ଯୁଗଳ ହୃଦୟ ଏକତ୍ୱର ଛନ୍ଦେ
ଶୁଦ୍ଧ ପ୍ରଣୟେ ବିଭୋର।
ମାୟା ମରୀଚିକା ଘେରା ଏ ସଂସାର
ଚାଲିବା ମିଶାଇ ପାଦ
ହାତେ ଥିଲେ ହାତ ଘୁଞ୍ଚିବ ବାଦଲ
ଖୋଲିଯିବ ଦ୍ୱାର ରୁଦ୍ଧ।
ଗାଇଯିବା ଶୁଦ୍ଧ ପ୍ରେମମୟ ରାଗ
ପାଷାଣ ହୃଦୟ ଚିରି
ଲେଖିଯିବା ଭାବ ବିଭୋର କବିତା
ପଞ୍ଚଭୂତ ପୃଷ୍ଠ ଭରି।

