STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ତୁମ ପାଇଁ

ତୁମ ପାଇଁ

1 min
447

ଜୀଵନର ଝାଞ୍ଜି ବୈଶାଖେ ତୁମେ

ବସନ୍ତ ମଳୟ ଧରି

ଭରି ଦେଇଅଛ ବନ୍ଧୁର ପଥରେ

କୁସୁମର ସୁନାଝରି। 


ଉଦାସୀନ ପ୍ରାଣେ ଜାଗିଲା ସତେକି

ନବ ଜୀବନର ସ୍ୱର

ଯୁଗଳ ହୃଦୟ ଏକତ୍ୱର ଛନ୍ଦେ

ଶୁଦ୍ଧ ପ୍ରଣୟେ ବିଭୋର।


ମାୟା ମରୀଚିକା ଘେରା ଏ ସଂସାର

ଚାଲିବା ମିଶାଇ ପାଦ

ହାତେ ଥିଲେ ହାତ ଘୁଞ୍ଚିବ ବାଦଲ

ଖୋଲିଯିବ ଦ୍ୱାର ରୁଦ୍ଧ।


ଗାଇଯିବା ଶୁଦ୍ଧ ପ୍ରେମମୟ ରାଗ

ପାଷାଣ ହୃଦୟ ଚିରି

ଲେଖିଯିବା ଭାବ ବିଭୋର କବିତା

ପଞ୍ଚଭୂତ ପୃଷ୍ଠ ଭରି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance