Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Romance Others

4.5  

Henarani Senapati

Romance Others

ତୁମ ପାଇଁ

ତୁମ ପାଇଁ

1 min
469



ଆତ୍ମ ବିଶ୍ଵାସ ରେ ବିଷ ଦେବ ବୋଲି 

ଆଗରୁ ଯାଣି ନ ଥିଲି ।

ଜୀବନ ରାସ୍ତା ର କ୍ଳାନ୍ତ ପଥିକ ମୁଁ 

ତୁମ ସ୍ପର୍ଶ ଖୋଜୁଥିଲି ।।


ତୁମ ମିଠା କଥା ମନେ ପଡେ ଆଜି 

ମରୁଛି ମୁଁ ଝୁରି ଝୁରି ।

କୋଉଠି ଅଛଗୋ ପାଖକୁ ମୋ ଆସ

ମିଠା କଥା ପଡୁ ଝରି ।।


ମୋ ମନର ବ୍ୟଥା ହୃଦୟର କଥା 

କହିବି ତୁମକୁ ଆଜି ।

ତୁମ ପାଦ ଶବ୍ଦ ବାଜୁଛି କାନରେ 

ସତେ ତୁମେ ଆସୁଛ କି ।।


କାହିଁକି କେଜାଣି ତୁମ ସ୍ମୃତି ସବୁ 

ମନେ ପଡେ ଗୋଟି ଗୋଟି ।

କାଲି ପରି ଲାଗେ ଏତେ ଆଦରରେ 

କୋଳେଇ ନେଇ ଥିଲ ଟି ।।


ଆଜି କିଆଁ କିଛି ଉତ୍ତର ନଦେଇ

ରହିଗଲ ନୀରବରେ ।

ସୂର୍ଯ୍ୟ ବିନା ପଦ୍ମ ଚନ୍ଦ୍ର ବିନା କଇଁ 

ଅଲଗା ରହିକି ପାରେ ।।


କିପରି ଭାବିଲ ତୁମ ବିନା ମୁହଁ 

ଜୀବନ ଧରି ପାରିବି ।

ତୁମ ଚୁପ୍ ଚୁପ୍ ମିଠା କଥା ସବୁ 

ମନେ ପଡେ ମୋର ଆଜି ।।


ଆସୁ ନ କାହିଁକି ତୁମ ଅପେକ୍ଷାରେ 

ତୁମ ପ୍ରେମିକା ବସିଛି ।

ନ ଆସିଲେ ଆଜି ମରିବି ନିଶ୍ଚୟ

କାନ୍ଦୁଥିବ ଖୋଜି ଖୋଜି ।।


ମରିଗଲା ପରେ ଭାବିବ କେଜାଣି 

ମରିଗଲା ତରିଗଲା ।

ଜିଦଖୋର ପ୍ରିୟା ପ୍ରେମିକା ପଣରେ

ଭାରି ହଇରାଣ କଲା ।।


ଦିନ ମୋର ଶେଷ ହେଇ ଗଲାଣି ଗୋ

ଯାଉଛି ତୁମକୁ ଛାଡି ।

ମୋ ବିନା ପ୍ରିୟ ଗୋ ଭଲରେ ରହିବ

ସମ୍ପର୍କ ନ ଯାଉ ଛିଡି ।।


ଅଫେରା ରାସ୍ତା ର ପଥିକ ସାଜିଲି

ଅଳପ ଦିନର ବନ୍ଧୁ ।

ପାଶୋରୀ ଦେବନି ମନରୁ ତୁମର 

ବୋହୁ ମୋ ଆଖିରୁ ସିନ୍ଧୁ ।।

   



Rate this content
Log in

Similar oriya poem from Romance