ତୁମ ପାଇଁ
ତୁମ ପାଇଁ


ପିଟିପାର ତୁମେ ତୁମ ଇଛା ମତେମୋ ପିଠି ଅଛି ଫୁଙ୍ଗୁଳା
ଚାଲିବାକୁ ଶକ୍ତି ନାହିଁ ପାଦେ ମୋରଚିତ୍କାର କରେ ପେଟ ନିଆଁଗିଳା ।
ଭୋକରେ ଶୋଇବା ଅଧିକାର ମୋରଜନ୍ମରୁ ମୃତ୍ୟୁଯାଏ,
ଉନ୍ନତି ର ଶେଷ ପାଦେ ତୁମେ ଠିଆ ସମୟଟା ଯାହା କହିଯାଏ ।
ମୁଁ ଦେଖିଛି ନଅଙ୍କ ଅକାଳ ମୁଁ ଦେଖୁଛି ମୋ ପେଟ ଓ ପିଠିର ବିକଳ
ରାସ୍ତାକଡରେ ମଇଳା ଗଦାରେଚାହିଁଥାଏ ଶୂନ୍ୟକୁ ହୋଇ ଜଳ ଜଳ ।
ଆତ୍ମୀୟ ସ୍ୱଜନ ଗଲେଣି ଶୋଇ ସବୁଦିନ ପାଇଁ
କେଜାଣି କେଉଁ ସ୍ୱପ୍ନର ଆଶାରେ ମୁଁ ଯାହା ରହିଛି ଚେଇଁ ।ମୁଣ୍ଡ ଉପରେ ରହିଛି ଆକାଶପାଦ ତଳେ ମାଟି
ନିରୁପାୟ ଆଜି ମୁଁ ଧନ ମୋରହୁଅନା ଛାଟିପିଟି ।
ପାରିବିନି ଦେଖିବୋଲି ବିକଳ ତୋରଦେଲି ବିଦାୟ ନିଜହାତେ,
ଦଣ୍ଡ ତ ଭୋଗିବି ପୋକ ମାଛିରେ ଶଢିବିକେତେ ଦୟନିୟ ଆମ ଭାଗ୍ୟ ସତେ ।
ବଡବାବୁ କହିଗଲେ କିଛି ଦୂରେ ରହି"ଆହା ବିଚରା ଭୋକେ ମରିଗଲା,
ଦେଶ ପହଞ୍ଚିଲାଣି ମଙ୍ଗଳରେ ଆଜି ବୋଧହୁଏ ଇଏପୁର୍ବ ଜନ୍ମେ କିଛି ପାପ କରିଥିଲା" ।