STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ମୋ ଗାଆଁ

ମୋ ଗାଆଁ

1 min
27.3K


ମୋ ଗାଁ  .....
ଆଧୁନିକ  ମାୟା ଜାଲେ ହୋଇ ଛନ୍ଦି
ଯନ୍ତ୍ରଣାର କାରାଗାରେ ଆଜି ମୁଁ ବନ୍ଦୀ
                                  ଭାବିଲେ ମଥା ଯାଏ ମୋର ଘୁରି   ,
ପାରେନା ଆଜି ମୁଁ ଆଗକୁ ଯେ ଚାଲି
କିଏ ମୁଁ, କ’ଣ ମୁଁ, ଯାଇଛି ଯେ ଭୁଲି
ଚାହେଁ ମୁଁ ଅତୀତକୁ  ଯିବା ପାଇଁ ଫେରି।
ଆଖିରେ ଆଖିଏ ଯାଏ ଭରି ଲୋତକ
ପାରିନି କରି ମୁଁ କିଛି ଏ ଜୀବନ ଯାକ
                                    ପିଲା ଦିନ ମୋର କିଏ ଦେବ ଯେ ଫେରାଇ,
ମନେ ପଡେ ବୋଉ ହାତ ବଢା ଶୁଖୁଆ-ପଖାଳ,
ପୋଖରୀ ଗାଧୁଆ ପୁଣି ମିଛ ମିଛିକା ବୋହୁ ଚୋରୀ ଖେଳ
                                    କେତେ ମନୋହର ଗାଁ ଦାଣ୍ଡେ ଯେବେ ଗୋଠ
ଯାଏ ଧୂଳି ଉଡାଇ।
ଆମ୍ବ ପିଜୁଳି ଚୋରୀ ପୁଣି ଗୁରୁଜୀଙ୍କ ଛାଟ
ଘରକୁ ଫେରିବା କାଦୁଅ ରାସ୍ତାରେ ହୋଇ ଲଟପଟ
                                    ମନେ ପଡେ ଭାଗବତ ଟୁଙ୍ଗି ହରିନାମ ,
ପାଞ୍ଚ ପଚିଶରେ ହୁଏ ମୋ ଗାଁରେ ନ୍ୟାୟ ନିଶାପ
ହଲପ ପ୍ରମାଣେ ମନ ଡରେ କରିବାକୁ ପାପ
                                    ଗାଁ ମଶାଣି ଲାଗେ ସତେ ବା ଆବାସ କରିଛି ଯମ।
ସରୁଆ ନଈଟା ଡାକିଆଣେ ସକାଳର ସୂରୁଜ,
ଚାଷୀର ଗୀତରେ ଭରେ ପୁଣି  ଖୁସିର ମୁରୁଜ
                                    ସଂଧ୍ୟା ଆଳତୀରେ ସବୁ ଦୁଃଖ ଯାଏ ହଜି,
ମନ ଝୁରେ ହୃଦ ଝୁରେ ପିଲାଦିନ ସୁଖ
ଗାଁ  ଭାଇଚାରା,ହୁଅନ୍ତା କି ସଂସାର ଯାକ
                                    ସ୍ୱର୍ଗ ଯିବ ହାରି ମୋ ଗାଁ ପାଖେ ମାରି ବାଜି।
ଲୋଡା ନାହିଁ ଆଜି ଛାତଘର,ପିଚୁରାସ୍ତା,ଗାଡି ଘୋଡା
ଖୁସି ମିଳେ ଚାଳଘରେ ଦେଖିଲେ ଶଗତ ବଳଦ ଯୋଡା
                                    ଦେଖା ଯାଏ ଦୂରେ କୁକୁର ବସିଛି ମାଙ୍କଡକୁ ଜଗି,
ଦେହଟା ଯାଏ ଶିତାଇ ଛୁଇଁଲେ ଗଛ ଗହଳ ଶିତୁଆ ପବନ
ମନ ଉଠେ ନାଚି ଆଜି ଶୁଣି କାକ ପିକ ସ୍ୱନ
                                    ଯାଅନା ଯାଅନା ଅତୀତର ସ୍ୱପ୍ନ ଭାଙ୍ଗି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍