STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ସଂଯୋଗ

ସଂଯୋଗ

1 min
27.6K


ସଂଯୋଗ
ଠକ୍ ଠକ୍,ଠକ୍ ଠକ୍
ଠକ୍ ଠକ୍ ନଶୁଭିଲା ବୋଲି
ପୂର୍ଣ୍ଣ ସଂସାରରେ
ନିଜ ଇଛା ମତେ ରହିଗଲ
ନିଜେ ଅସମ୍ପୁର୍ଣ୍ଣ ହୋଇ,
ତଥାପି ହସୁଛ ଅବିରତ
ବିଶ୍ୱର କଲ୍ୟାଣେ
ନିଜ ଲୁହ ନିଜେ ପିଇ ପିଇ।
ଧକ୍ ଧକ୍ , ଧକ୍ ଧକ୍
ହୁଏ ସ୍ପନ୍ଦିତ ହୃଦୟ ସ୍ପନ୍ଦନ
ନିଜ ଇଛାମତେ
ତଥାପି ତୁମେ ପ୍ରେମେ ଆଜି ବାଇ,
ଅତିକ୍ରାନ୍ତ କ୍ଷଣିକ ଜୀବନ
ତୁମ ଇଛାମତେ
ତୁମ ନାମ ଗାଇ ଗାଇ
ଜୀବ ଯିବ ସବୁଦିନ ପାଇଁ ଶୋଇ।
ଅନନ୍ତକାଳ କରି ଯୋଗ
ଏ ମର ଶରୀରେ
ତୁମକୁ ପାଇବା ପାଇଁ,
ତୁମେ କୋଟି ଐଶ୍ଚର୍ଯ୍ୟ କରି ଭୋଗ
ଏ ଦାରୁ ଦେହେ
ଅଭିନୟର ପ୍ରଲେପ ଦିଅ ଲିଭାଇ
ହେ ଜଗତ ସାଇଁ।
ଧାର ଧାର , ଧାର ଧାର
ଝରିଯାଏ ଆନନ୍ଦାଶ୍ରୁ
ମନ ପ୍ରାଣ ହୁଏ ଆହ୍ଲାଦିତ
ହୋଇ ପ୍ରାପ୍ତ ତୁମ ଚିନ୍ତନ ରେଣୁ,
ହେ ମହାବାହୁ ଦିଅ ଆଶୀର୍ବାଦ
ହେବା ପାଇଁ ଅସରନ୍ତି
ଏହି ପ୍ରେମର ସହରେ
ଦିଅ ବଜାଇ ଥରେ ସେହି ମୋହନ ବେଣୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍