STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ମାନସ ମନ୍ଥନ

ମାନସ ମନ୍ଥନ

1 min
27.2K


ମାନସ ମନ୍ଥନ
କାମ, କ୍ରୋଧ,ଲୋଭ ମୋହର
କରିବ ବିନାସ
ନେଇଥିଲ ତୁମେ ବଜ୍ର ଶପଥ
କରିବ ସ୍ତାପନା ଧର୍ମ ଓ ଶାନ୍ତିର
ଯେଉଁଠାରେ ସଦା ଜୟ ହେବ ସତ୍ୟର
ନଥିବ ଯନ୍ତ୍ରଣା ଅବା ପ୍ରତାରଣା
ନଥିବ ଯେଉଁଠାରେ ଦୋ÷ପଦୀର ଚିକ୍ରାର
ଅବା କୋ÷ରବଙ୍କ ରଣ ହୁଙ୍କାର
ବାସ କରୁଥିବେ ସଦା
ଦୟା, କ୍ଷମା , ସ୍ନେହ ପ୍ରେମ
ହୋଇବ ରାଜୁତି ହୃଦୟର
କିନ୍ତୁ
କିନ୍ତୁ ସବୁ କିଛି ସେମିତି ଅଛି
ଯେପରି ଥିଲା ଦିନେ
ତୁମେ ଗଲାପରେ ତୁମ ପଥେ ଚାଲି
ପଡିଛି ରିକ୍ତ ସେହି ସିଂହାସନ
ଯାହାତୁମେ କରିଥିଲ ଦିନେ କଳ୍ପନା
ପ୍ରତି ମୂହୁର୍ତ୍ତରେ ଚାଲେ ଏଠି ଅର୍ନ୍ତଦ୍ୱନ୍ଦ
ହୃଦୟ ଓ ମନର ମଧ୍ୟରେ
ଶୁଭେ କିନ୍ତୁ ଶଙ୍ଖ ଧ୍ୱନି ସକାଳ ସୂର୍ଯ୍ୟର
ସ୍ୱପ୍ନ ଭାଙ୍ଗିଯାଏ
ପୁଣି ସେହି କୋଳାହଳମୟ
ଗତାନୁଗତିକ ଜୀବନରେ,
ଧାରା କେବେ ପାରେନା ହୋଇ ରାଧା
ଭାସିଯାଏ ସମୟ ସୁଅରେ 
ଦିବା ସ୍ୱପ୍ନ ପ୍ରାୟ ପୁଣି ଉଙ୍କିମାରେ
ମସ୍ତିଷ୍କର କେଉଁ ନିଭୃତ କୋଣରେ
ତୁମେ ଆସିବ
କରିବାକୁ ପୂର୍ଣ୍ଣ ଜାହା ଅଛି ଅଧା
ମୁଁ କିନ୍ତୁ କରିବି ଅପେକ୍ଷା ପଥ ଧାରେ
ଅପଲକ ନେତ୍ରରେ
ରିକ୍ତ ହୃଦୟରେ
ଯେପରି କୃଷ୍ଣ ବିନା ରାଧା ............
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍