STORYMIRROR

Pradesh Kumar Pradhan

Others

3  

Pradesh Kumar Pradhan

Others

ଭ୍ରମିତ ଚିନ୍ତନ

ଭ୍ରମିତ ଚିନ୍ତନ

1 min
26.2K


ଭ୍ରମିତ ଚିନ୍ତନ.....


ଜାଡେ ଜଡ ଏ ଶରୀର
ଅମାନିଆଁ ମନ ମୋର
ଧାଇଁ ଚାଲେ ନୀଳାଚଳକୁ
ଦର୍ଶନେ ବେଣୁପାଣିଙ୍କୁ
ଖାଲ ଢିପ ଦେଖୁଛି କିଏ
ବିରହୀ ପ୍ରାଣ ଅବିରତ ଗାଏ
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ ।


ଦେହରେ ଅଦିନିଅାଁ ଜ୍ଜର
            ହାତ ପାଦ ହୁଏ ଥର ଥର
ବାଷ୍ପରୁଦ୍ଧ କଣ୍ଠ ମାନେନା ମନା
            ସମୟ ଖୋଜେ ପୁଣି ବାହାନା
ସ୍ୱପ୍ନ ଆଜି ହୋଇଯିବ ସତ
            ଦେଲେ ଛୁଇଁ ମୋ ପ୍ରାଣ ନାଥ
ଅନେକରୁ ହୋଇଯିବି ଏକ
            ପଡିଯିବ ଗାଁ ମୁଣ୍ଡେ ଡାକ
ଦୋଳିରେ ଝୁଲି ଝୁଲି ଚାଲୁଥିବି
            ଅମୃତ ଧ୍ୱନୀ   ଶୁଣୁଥିବି
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ ।


କିଏ ସେ ଏପରି କଲା
            ନିଦ ମୋର ଭାଙ୍ଗି ଦେଲା
ରମ୍ୟ ଉପବନୁ ନେଇ
            ମରୁପ୍ରାପ୍ତେ ଫିଙ୍ଗିଦେଲା
ଶୁଭେ ଦୂରେ  ବଂଶୀ ସ୍ୱନ
            ଉଦ୍ବେଳିତ ମୋର ପ୍ରାଣ
ହେଉ ଲୁହ ଅବା କୋହ
            ତାଙ୍କ ପାଇଁ ହୋଇଗଲି ଧନ୍ୟ
ଦିନ ଯାଉ ମୋର ସରି
            ସେହି ଅସରନ୍ତି ନାମେ
ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ
                        ଭବ ତୁମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍