STORYMIRROR

Pradesh Kumar Pradhan

Others

3  

Pradesh Kumar Pradhan

Others

ତୁମ ପାଇଁ

ତୁମ ପାଇଁ

1 min
25.8K


ତୁମ ପାଇଁ


ଛାତି ଭିତରଟା ହୋଇଯାଏ କୋରି
ଅଣ ଲେଉଟା ରଥି ତୁମେ ଆସ ଫେରି
ପାରୁନି ପାରୁନି ଆଉ
                       ବିରହ ନିଆଁରେ ଜଳି,
ତୁମେ ଗଲା ପରେ ପରେ
ତନ ମନ ଝୁରି ମରେ
ତୁମେ ସିନା କହିଦେଲ
                ହେଉନି ସାଥି ତୁମକୁ ଭୁଲି।
ପାରୁନି ପାରୁନି ଆଉ
                       ବିରହ ନିଆଁରେ ଜଳି।


ଶିଶୁର ହସରେ ଆସ ତୁମେ
ଫୁଲର ମହକେ ଆସ ତୁମେ
ଆହ୍ଲାଦିଦ ହୁଏ
             ଉନ୍ମାଦିତ ହୁଏ ତୁମରି ନାମେ।
ନିରବେ ନିରଦ କାନେ୍ଦ ଗୁମୁରି
ଯମୁନାର ଜଳ ଲାଗେ ଯିବ ସରି
               ଝୁରି ହତସିରି ତୁମ କୁଞ୍ଜ ବନ ,
ସବୁରୀ ଆଖି ଆଜି ଢଳ ଢଳ
ଗୋ-ଗୋଠ,ଗୋପ ଧୂଳି  ହୁଏ ବ୍ୟାକୁଳ
         ଶୁଣିବାକୁ ଥରେ ତୁମ ବଂଶୀ ସ୍ୱନ।
              ଝୁରି ହତସିରି ତୁମ କୁଞ୍ଜ ବନ।
ତୁମ ଚଲା ପଥେ ଚାଲେ ଏକା ଏକା
କେଉଁ ଦୋ ଛକିରେ
                କାଳେ ମିଳିଯିବ ଦେଖା
        ଅସରନ୍ତି ହେବା ସ୍ୱପ୍ନ ଯାଏ ସରି ସରି ,
ତୁମ ପାଇଁ ମୁହିଁ ପାଗଳିନୀ
ସଂସାର ଟା ଲାଗେ ସତେ କଟୁ ବାଣୀ
ମୋ ପାଇଁ ନହେଲେ
                ତୁମ ପାଇଁ ଆସ ଥରେ ଫେରି।
ପଥ ଧାରେ କରିଛି ଅପେକ୍ଷା
                ଶୁଣ ଗୁହାରୀ ହେ ନୀଳାଦ୍ରି ବିହାରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍