ପ୍ରତୀକ୍ଷା..
ପ୍ରତୀକ୍ଷା..
1 min
27K
ପ୍ରତୀକ୍ଷା..
ଆସ ଆସ ଶ୍ୟାମଘନ
ସଜାଇଛି କୁଞ୍ଜବନ
ତୁମ ପାଇଁ କରି ଯତନ
ଉଛୁର ହେଲାଣି ଆସ ବହନ
ଶ୍ୟାମଘନ ହେ .....
ଲୁଚି ଆସିଛି ମୁଁ
ଛାଡି ସବୁ ଲାଜ ସରମ
ତୁମେ ମୋର ଧର୍ମ
ତୁମେ ମୋର କର୍ମ
ଯାଏ ଲୋଟି
ନିଅ ତୋଳି
ଦେଇ ଏକ ଚୁମ୍ଭନ
ଶ୍ୟାମଘନ ହେ .....
କର୍ପୁର ଚନ୍ଦନ ଧୂପ
ବାସେ ମୋର ଘର ଅଗଣା
ନୂଆ ନୂଆ ଲାଗେ ଆଜି
ମୋର ବାସି ବିଛଣା
ଅଙ୍ଗେ ଅଙ୍ଗେ ଯାଏ ଖେଳି
କେତେ କେତେ ଶିହରଣ
ଶ୍ୟାମଘନ ହେ .....
ମୋର ଶେଷ ଲକ୍ଷ୍ୟ
ମୋର ଶେଷ ଆଶା
ତୁମ ଶ୍ରୀ ଚରଣ
ଧନ୍ୟ ହେଲା ତୁମ ପାଇଁ
ମୋର ଏହି ସମର୍ପିତ ପ୍ରାଣ
ଶ୍ୟାମଘନ ହେ .....
