ତୁମ ପାଇଁ କବିତା
ତୁମ ପାଇଁ କବିତା
ତୁମେ ପରା ମୋର
ବିଦଗ୍ଧ ପ୍ରାଣର
ସ୍ନିଗ୍ଧ ଶୀତଳ ପରଶ,
କେବେ ପୁଣି ତୁମେ
ଅନୁଶୋଚନାର
ଶାନ୍ତି ଭରା ସୁଭାଶିଷ l
ମୋ ନିଗିଡ଼ା ଲୁହର
ଅବ୍ୟକ୍ତ କୋହର
ଯନ୍ତ୍ରଣାର ଅଭିବ୍ୟକ୍ତି,
ହଜିଲା ସ୍ମୃତିର
ଇତିହାସ ପୁଣି
ପ୍ରୀତି ଭରା ଅନୁରକ୍ତି l
କେବେ ଅଭିମାନେ
ଛଳ ଛଳ ବନ୍ୟା
ପୂର୍ଣ୍ଣ ତୋୟା ଗଙ୍ଗା ଜଳ,
ବେଦନାରେ ଭରା
ତପ୍ତ ହୃଦୟର
ଅଶ୍ରୁ ସିକ୍ତ ମେଘ ମାଳ l

