ତୁମ ପାଇଁ କବିତା
ତୁମ ପାଇଁ କବିତା
ତୁମେ ନୀଳ ତୃଷ୍ଣା
ମନ ସରୋବରେ
ଉତ୍ତାଳ ତରଙ୍ଗ ଗୀତିଟେ,
ତୁମେ ମିଠା ଜ୍ୟୋତ୍ସ୍ନା
ମନ ଆକାଶରେ
ଗଭୀର ମଧୁର ପ୍ରୀତିଟେ l
ତୁମେ ମଧୁଝର
ହୃଦୟ ନିର୍ଝରେ
ପ୍ରଣୟର ସ୍ୱଚ୍ଛ ଧାରା ଟେ
ତୁମେ ମିଠା ସ୍ବପ୍ନ
ଆଖିର ପଲକେ
ଝିଲି ମିଲି ସିକ୍ତ ହୀରା ଟେ l
ତୁମେ ପ୍ରୀତିପୁଷ୍ପ
ମନ ବଗିଚାରେ
ବିଭୋର ମଧୁର ବାସ୍ନା ଟେ
ତୁମେ ନୀଳ ଉର୍ମି
ବେଳାଭୂମି ପରେ
ମୁଁ ତ ଅଳସି ତୃଷ୍ଣା ଟେ l

