Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das

Tragedy

3  

Priyadarsini Das

Tragedy

ତୁମ ନଜର ରେ ମୁଁ

ତୁମ ନଜର ରେ ମୁଁ

2 mins
187



ବାରମ୍ବାର ଆଖି ଫେରେ ତୁମ ଆଡେ,

ମନ ର ପ୍ରଶ୍ନ ଖାତା ଟି 

କେଜାଣି କେତେ ଉତ୍ତର ଚାହେଁ ତୁମଠୁ...।


କିନ୍ତୁ ସେ ଜାଣିଛି 

ନା ତାକୁ ମିଳିବ କିଛି ଉତ୍ତର ନା ଶାନ୍ତ୍ବନା ....,

ଯଦି ମିଳିବ ,ସେ ଖାଲି କିଛି ଧିକ୍କାର ....।


ବିବାହ ବେଦୀ ର ସାତ ଶପଥ ରେ 

ଆଞ୍ଜୁଳାଏ ପ୍ରେମ ଛାଡ଼ି କିଛି ମାଗି ନଥିଲି ,

ସେତକ ବି କେବେ ପାଇଲିନି ....।


ବାରମ୍ବାର ହାତ ବଢେଇ ଖାଲି ହାତ ରେ ଫେରିଲି ...।


ଦଶ ବର୍ଷ ରେ ଏ ପୃଥିବୀ କେତେ ଥର ଆବର୍ତ୍ତନ କରି ସାରିଲାଣି ,

କିନ୍ତୁ ଆଜି ଯାଏ ମୁଁ କେବେ ବି ତୁମ ନଜର ରେ ଦୋଷ ମୁକ୍ତ ହୋଇ ପାରିନି ....,

କି ପୂର୍ବ ର ସେ ଭଲ ପାଇବା ପାଇନି...।



ମନ ର ସବୁ ଇଚ୍ଛା କୁ ମାରି ଦିଏ ,

ସ୍ବପ୍ନ କୁ ଦଳି ଚକଟି କେଉଁଠି କବର ଦେଇ ଦିଏ ,

ନା କେବେ କରିଛି ଅଳି, 

ନା କେବେ ମାଗେ ଉପହାର ,

ତଥାପି ତୁମ ନଜର ରେ ମୁଁ ବେକାର .....।


କେବେ ବି ବୁଝିନ ତୁମେ ମନ କଥା ,

ଆଉ କେବେ ବି ସାହସ ହୋଇନି ମୋର 

କିଛି କହିବାକୁ ତୁମକୁ ....,


ପ୍ରତି ଟି କଥା ତୁମକୁ ଲାଗେ ,

କେଉଁ ଏକ ଗାଉଁଲି ଖଳ ପ୍ରକୃତି ପରି ,

ପୁଣି କେବେ ଲାଗେ ବିରକ୍ତିକର ...,

ଆଉ ଉତ୍ତର ରେ ମିଳେ ଆଦେଶ ନୀରବତା ପାଇଁ ....।


ତଥାପି ଏତେ ପରେ ବି ମୁଁ 

ତୁମ ପାଇଁ ଅଦରକାରୀ ,

ମୂଲ୍ୟହୀନ ...., ସବୁଠୁ ଖରାପ ଗୋଟିଏ ସ୍ତ୍ରୀ ....,

ଆହୁରି ଅନେକ .....।


ଭଲ ପାଇବାର ସବୁ ସ୍ବପ୍ନ ,

ସବୁ ଆଶା, ସବୁ ପ୍ରତିଶ୍ରୁତି ଯେମିତି ତୁମେ ସେ ଚତୁର୍ଥୀ ହୋମ ରେ ଜାଲିଦେଲ.....,



ମନେ ହୁଏ କେଉଁ ଏକ ପ୍ରତିଶୋଧ ପାଇଁ , 

ଧରି ନେଇନ ତ ମୋର ଏ ହାତ କୁ ....।


ନା ସତରେ ମୁଁ କଣ ଏତେ 

କୁତ୍ସିତ, ଏତେ କଦାକର,

ଏତେ କଦର୍ଯ୍ୟ , ଏତେ ଖରାପ ....।


ଜାଣିଛି ସବୁ ପ୍ରଶ୍ନ ବଦଳରେ 

ମୋତେ ମିଳିଯିବ ତୁମଠୁ ଆଉ କିଛି ପ୍ରଶ୍ନ .....।


ସେଇଥି ପାଇଁ ନିରବି ଯାଇଛି ଏ ଓଠ ,

ସ୍ଥାଣୁ ପାଲଟି ଯାଇଛି ଏ ମନ ....।


ସବୁ ପରେ ବି ଦେଇନି ତୁମକୁ ଖୁସି ....,

ବୋଧ ହୁଏ କେବେ ବି ଦେଇ ପାରିନି ...,

ନା ଆଜି , ନା ଦଶ ବର୍ଷ ଆଗରୁ ....।


ସେଇଥି ପାଇଁ ......,

ବୋଧ ହୁଏ ମୁଁ ତୁମ ପାଇଁ .....,

ଅଦରକାରୀ , ମୂଲ୍ୟହୀନ ,

ଏମିତି ଅନେକ କିଛି

ଯାହାର କିଛି ଶବ୍ଦ ନାହିଁ........।



ଖାଲି ଅଛି ନୀରବତା.........।


Rate this content
Log in

Similar oriya poem from Tragedy