Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance

3  

Baman Chandra Dixit

Romance

ତୁମ ନୀରବତାକୁ

ତୁମ ନୀରବତାକୁ

1 min
241


ଆସିବାକୁ ଚାହଁ ଯଦି, ଚାଲି ଆସ ପଚାରନା।

ମୋ ଦୁଆର ପଢ଼ିନେବ, ତୁମ ଆଖି ମୋ ନାଆଁ।।


ଦାଣ୍ଡ ଘର କବାଟ ବି, ପରିଚୟ ଚିହ୍ନିପାରେ ।

ଶିକୁଳି ବି ଝୁଲିଯିବ, ଜାଣିଛି ସେ ତୁମ ନାଆଁ।।


ନିଃଶ୍ୱାସ ଯେ ବାହାରୁଛି, ନାକ ପୁଡ଼ା ବାଟ ଦେଇ।

ମୋ ଅଗଣା ପବନ ବି, ଶୁଙ୍ଘି ନେବ ତୁମ ନାଆଁ।।


ଧକ ଧକ ଛାତି ତୁମ, ହେଉଥିବ ରହି ରହି ।

ନିଃଶବ୍ଦ ସେ ପ୍ରତିଧ୍ୱନି, କହୁଥିବ ମୋ ନାଆଁ।।


ଗାଲର ଲାଲିମା ଦେଖି, ମୋ କବାଟ ଫାଙ୍କ ଆଖି ।

ପରିଚୟ ଚାହିଁବନି, ଚାଲିଆସ ପଚାରନା।।


ଅଧିକାର ମୋ ଉପରେ, ମୋ ନିଜର ଯେତେ ଅଛି,

ସବୁଥିରେ ଲେଖା ଅଛି, ତୁମ ନାଆଁ ମୋ ନାଆଁ।।

****** ****** ****** ******



Rate this content
Log in

Similar oriya poem from Romance