Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance

4  

Baman Chandra Dixit

Romance

ତୁମ କଥା

ତୁମ କଥା

1 min
314


ତୁମ ଓଦା ସଡ଼ ସଡ଼ ଦେହ ଦେଖି

ଦେଖ ସାଗର ଲାଜରେ ସରିଗଲା

ଅଙ୍ଗ ସଙ୍ଗ ବିନା ବେଳା ବାଲୁକାରେ

ଢେଉ ମଥା ପିଟିପିଟି ମରିଗଲା ।


ଝରି ପଡୁଥିଲା ଟୋପା ଟୋପା ପାଣି

ତୁମ ପୁରିଲା ପୁରିଲା ଦେହୁଁ ଯେବେ

କଷା ବୟସ ପୀୟୂଷ ପିଆଲାରୁ

ରସ ପିଉ ପିଉ ନିଶା ଘାରିଗଲା ।


ଟୋପେ ପାଣି ବି ଅଟକି ରହିଛି ଗୋ

ମୋତି ସମ ସୌମ୍ୟ ତୁମ ଓଠ ତଳେ

ଢଳି ଯିବା ଆଗୁଁ ସାଉଁଟି ନେବାକୁ

ପିଆସି ଅଧର ମୋର ଚାହୁଁଥିଲା ।


କିଞ୍ଚିତ ଘୁଞ୍ଚେଇ ପିନ୍ଧା ବସନ କୁ

ହାତ ପାପୁଲି ମୁଠେଇ ଚିପୁଡିଲ

ମୁହଁ ପୋଛୁପୋଛୁ ଲାଜେଇ ଚାହିଁଲ

ଛାତି ଭିତରେ ମୋ ଛୁରୀ ଚାଲିଗଲା ।


ଛାଟି ଦେଲ ଯେବେ କେଶ ଗୁଚ୍ଛକୁ ଗୋ

ଅଣୁ ଅଣୁ ଖେଳି ଗଲେ ଏଣେ ତେଣେ

ତରୁଣ ଅରୁଣ ପ୍ରୀତି-ରଙ୍କା ରହି

ଇନ୍ଦ୍ରଧନୁ ଚିତ୍ରଲେଖା ଲେଖୁଥିଲା ।


ଶାଢ଼ୀ କାମୁଡ଼ି ଧରିଛ ଦାନ୍ତ ଧାରେ

ଅସଜଡ଼ା କୁଞ୍ଚ ସଜାଡୁ ସଜାଡୁ

ତୁମେ ନଇଁ ଯାଉଥିଲ ଯେତେବେଳେ

ମୋ ଛାତିରୁ କଳିଜା ଖସିଗଲା ।


ତୁମେ ଯାଉ ଯାଉ ଫେରି ଚାହୁଁଥିଲ

ମନ୍ତ୍ର ମୋହିନୀ ମାୟା ମୟୁଖ ଫେଇ

ମୃଦୁ ଶିହରଣେ  ପ୍ରାଣ   ପୁଲକିତ

ସମ୍ମୋହିତ ନୟନ ମୋ ଚାହିଁଥିଲା ।


Rate this content
Log in

Similar oriya poem from Romance