Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Romance

3  

Binodini Dash

Romance

ତୁମ କଥା ଭାରି ମନେ ପଡେ

ତୁମ କଥା ଭାରି ମନେ ପଡେ

1 min
116



ଅନେକ ଦିନରୁ ନୟନ ତରସେ

ରହିଅଛ କିପରି ଉହାଡେ

ଅବୁଝା ମନକୁ ବୁଝାଇ ପାରୁନି

ତୁମ କଥା ଭାରି ମନେ ପଡେ । (୦)


ବିରହ ବେଦନା ଦିଅଇ ଯାତନା

ଝୁରି ମରୁଥାଇ ନିତି ମନ

ପ୍ରତୀକ୍ଷା ମୋହର ହେବ କେବେ ଅନ୍ତ

କହି ଦିଅ ହେ ଜୀବ-ଜୀବନ

ତୁମ ସ୍ନେହ ପ୍ରୀତି ହୃଦୟରେ ମାତି

ଆବେଗତା ପ୍ରତିକ୍ଷଣ ବଢେ । (୧)


ଫିକାଫିକା ଲାଗେ ଫଗୁଣ ମହକ

ସତେ କି ହୃଦୟେ ଗ୍ରୀଷ୍ମ ତାତି

ଆଶା ତରୁ ମୋର ମଉଳି ପଡ଼ଇ

ମନକୁ ନ ମିଳେ ଟିକେ ତୃପ୍ତି

ନୀରସ ଜୀବନ ଲାଗଇ ଅସାର

ଠିଆ ହୋଇ ପାରେନାହିଁ ଦୃଢେ । (୨)




Rate this content
Log in

Similar oriya poem from Romance