STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

" ତୁମ ଗାଆଁ ମୋ"ଗାଆଁ "

" ତୁମ ଗାଆଁ ମୋ"ଗାଆଁ "

1 min
158

ତୁମରି ଗାଆଁରେ ସୁରୁଜ ଉଇଁଲେ

ମୋ" ଗାଆଁରେ ପଡେ ଖରା

ତୁମରି ଗାଆଁରେ ଜହ୍ନ ଦେଖାଦେଲେ

ମୋ"ଗାଆଁରେ ଫୁଟେ ତାରା

ତୁମରି ଗାଆଁର କିଆ ଗୋହିରୀ'ରୁ

ଚହଟଇ ଯେବେ ବାସ

ଆମରି ଗାଆଁର ଗାଧୁଆ ତୁଠ'ରୁ

ରହି ରହି ଶୁଭେ ହସ

ତୁମ ଗାଆଁ ଝିଅ ଶାଶୁଘର ଗଲେ

ଆମଗାଆଁ ବାଟ ଦେଇ

ଆମଗାଆଁ ପୁଅ କେଜାଣି କାହିଁକି

ସରମ'ରେ ଯାଏ ନଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract