" ତୁମ ଗାଆଁ ମୋ"ଗାଆଁ "
" ତୁମ ଗାଆଁ ମୋ"ଗାଆଁ "
ତୁମରି ଗାଆଁରେ ସୁରୁଜ ଉଇଁଲେ
ମୋ" ଗାଆଁରେ ପଡେ ଖରା
ତୁମରି ଗାଆଁରେ ଜହ୍ନ ଦେଖାଦେଲେ
ମୋ"ଗାଆଁରେ ଫୁଟେ ତାରା
ତୁମରି ଗାଆଁର କିଆ ଗୋହିରୀ'ରୁ
ଚହଟଇ ଯେବେ ବାସ
ଆମରି ଗାଆଁର ଗାଧୁଆ ତୁଠ'ରୁ
ରହି ରହି ଶୁଭେ ହସ
ତୁମ ଗାଆଁ ଝିଅ ଶାଶୁଘର ଗଲେ
ଆମଗାଆଁ ବାଟ ଦେଇ
ଆମଗାଆଁ ପୁଅ କେଜାଣି କାହିଁକି
ସରମ'ରେ ଯାଏ ନଇଁ
