ତୁମ ଅପେକ୍ଷାରେ...
ତୁମ ଅପେକ୍ଷାରେ...


ଦେଖିବାକୁ ଇଚ୍ଛା ହୁଏ
ତୁମକୁ ଏ ରଜ ସଜବାଜରେ
ସେତିକି ନିଜର ହେଇସିନା ପାରିବିନି
ହେଲେ ତୁମେ ହିଁ ମୋ ହୃଦୟରେ ।
ଦେଖିବାକୁ ଇଚ୍ଛା ହୁଏ
ତୁମକୁ ଚୁନି ଘାଗରାରେ
ଭିଡିଓ କଲ କରିବକି ?
ଖୁସି ହୁଅନ୍ତି ଥରେ ।
ଯାହାକୁ ନିଜର ଭାବେ
ସିଏ ହିଁ ଦୂରେ
କହି ପାରିବିନି ସଖି
ତୁମକୁ କେତେଯେ ଝୁରେ ।
କ୍ଷଣକ ଆରମ୍ଭରେ ଇତି
ମୋ ପ୍ରେମରେ
ପୂର୍ଣ୍ଣଚ୍ଛେଦ ପଡିନି କି ପଡିବନି
ତୁମେ ମନାକରିଦେଲା ପରେ
ବୁଝିବ ଆଶାକରେ
ଆଜି କେବଳ ମୁଁ ଓ ମୋ ହୃଦୟ
ତୁମ ଅପେକ୍ଷାରେ....!!