STORYMIRROR

Gunanidhi Samal

Tragedy

2  

Gunanidhi Samal

Tragedy

"ତୁମ ଅଗଣାର"

"ତୁମ ଅଗଣାର"

1 min
102

ତୁମ ଅଗଣାର ଫୁଲଟିଏ ହୋଇ

ଫୁଟିବି ବୋଲି ମୁଁ' ଦିନେ

ନିଶି ଉଜାଗରେ ଜାଳିଲି ଜାଗର

ସେକଥା କି' ନାହିଁ ମନେ,

ରାତି ପାହିଯିବ ଆଶା ମରିଯିବ

କହିଗଲା କିଏ କାନେ....ତୁମ ଅଗଣାର

କଥା ଦେଇଥିଲ ବରବେଶେ ଆସି

କରିନେବ ମୋତେ ବଧୂ

ବାସିଫୁଲ ପରି ପାଦେ ଦଳିଦେଲ

ଶୋଷିନେବା ପରେ ମଧୁ,

ପରତେ ନୋହୁଛି ଆଉକି ଫେରିବ

ଶୀତୁଆ ଗୋଧୂଳି ଲଗ୍ନେ....ତୁମ ଅଗଣାର

ମହାଦେବ ବେଢା ବଉଳ ବେଦିରେ

ମଥାରେ ସିନ୍ଦୁର ଦେଇ

କେଡେ ସରାଗରେ ଭିଡି ଧରିଥିଲ

ପ୍ରିୟତମା ବୋଲି କହି,

ଯାହାକୁ ପଚାରେ ତୁମରି ଠିକଣା

ନ'କହିଲେ କେହି ଜଣେ...ତୁମ ଅଗଣାର

ଦିନ ସରିଯାଏ ମନ ମରିଯାଏ

ତୁମ ପଥ ଚାହିଁ ଚାହିଁ

ସମୟ କହିବ ଯୌବନ ନଈରେ

କେତେ ପାଣି ଗଲା ବହି

ଅଫେରା ଫଗୁଣ ଆଉ କି'ଫେରିବ

କୋଇଲିର କୁହୁ ତାନେ....ତୁମ ଅଗଣାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy