STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ତୁଳସୀ ମୋ ଅଗଣାର

ତୁଳସୀ ମୋ ଅଗଣାର

1 min
174

ସମ୍ମାନ କରୁଛି ତୋର ଶକତିକୁ 

ହେ ମୋର ଜୀବନ ସାଥୀ 

ବିପଦ ଆସିଲେ ନିର୍ଭୟେ ତା ସାଥେ

ହୋଇଯାଉ ହାତାହାତି।


ଘରକୁ ଗଢିଛୁ ମନ୍ଦିର ପରାଏ

ତୁ ମୋର ପଦ୍ମାଳୟା

ସଂକଟ ପଡିଲେ ହରାଇଛୁ ତାକୁ 

ତୁ ମୋର ମହାମାୟା।


ଦମ୍ଭ ମେରୁଟିଏ ତୋ ଚାରିପଟରେ

ଘୂରୁଥାଏ ମୋ ସଂସାର 

ମହକାଇ ଥାଉ ପରିବାରଟିକୁ

ତୁଳସୀ ମୋ ଅଗଣାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract