STORYMIRROR

Satyabati Swain

Romance

3  

Satyabati Swain

Romance

ତୁ

ତୁ

1 min
231

ମୋ ମନ

ହୃଦୟ

ଜୀବନ

ଜୀଇଁବା

ଭାଵନା

ସଂଘର୍ଷ

ସଂଘାତ

ସ୍ବପ୍ନ

ସମ୍ଭାବନା

ସୃଷ୍ଟି

ସୃଜନରେ

ଗୋଟିଏ ଶବ୍ଦ ଛାଇ ହୋଇ ରହିଛି

"ତୁ "।


ମନେ ଅଛି ତୋର

ଥରେ କହିଥିଲି

ଚୁପି ଚୁପି ତୋ କାନେ!

ତୋତେ ସବୁଦିନେ

କଏଦ କରି ନେଉଛି

ମୋ ହୃଦୟ କାରାଗାରେ

ବନ୍ଧୀ ହୋଇ ରହିବୁ

ମୋ ଶ୍ବାସକ୍ରିୟା ଚାଲୁଥିବା ପର୍ଯ୍ୟନ୍ତ।


ସବୁଠୁ ବଡ଼ କଥା

ତୋତେ କଥା ଦେଇ ଭୁଲି ଯାଇନି

ସାଇତିଛି

ନିହାତି ଜାବୁଡି ଧରିଛି 

ସବୁକ୍ଷଣ

ବେଶୀ ଯେବେ କଲମ ଧରେ

ତୁ ତ ଆଗ ଆସି ବସିଯାଉ 

କଲମ ଅଗରେ

ତୁ ଆଗେ ଆଗେ ଚାଲିଥାଉ

ମୁଁ କେବଳ ତୋତେ ଅନୁସରଣ

କରୁଥାଇ ଯାହା

ତୋ ବିନା

ଜୀବନ ସମ୍ଭବ କି?

ମୋ ନିଃଶ୍ବାସ ବା ତୁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance