STORYMIRROR

subrat kumar jena

Romance

0.9  

subrat kumar jena

Romance

ତୁ ଥିଲେ ସାଥିରେ

ତୁ ଥିଲେ ସାଥିରେ

1 min
1.0K



ତୁ ସାଥିରେ ଯେବେ ଥାଉ

ଲାଗେ ମୋତେ ଭଲ

ଲୋଡା ନାହିଁ ହୀରା,ମୋତି

ତୁ ମୋର ସପନର ଫୁଲ

ତୋ ସାଥିରେ କଥା ହେଲେ

ଭୁଲି ଯାଏ ମୋ ଦୁଃଖ

ତୋ ହସରେ ପୁରି ଯାଏ

ମୋ ପେଟର ଭୋକ

ତୁ ହସ,ତୁ କାନ୍ଦ

ତୁ ସବୁ ଭଲ ମନ୍ଦ

ତୋ ବିନା ଏ ଦୁନିଆ ଟା

ଭାବେ ମୋତେ ଅନ୍ଧ

ଆସୁ ଯେତେ ଝଡ ଝଞ୍ଜା

ତୁ ଥିଲେ ସାଥେ ମୋର

ହସି ହସି ସହିନେବି

ଦୁଃଖ ଶୋକ ସବୁ ତୋର

ମୋ ମନଟା ଯେବେ ଯେବେ

ହୋଇ ଯାଏ ଉଦାସ

ମନ ଖୋଜେ ପଦେ ପଦେ

ତୋ ଗୀତର ମିଠା ସ

ତୁ ମୋ ଆରମ୍ଭ,ତୁ ଶେଷ

ତୁ ମୋ ଜୀବନ ସାରାଂଶ

ତୁ ନଥିଲେ ମୋ ଜୀବନ

ଅନ୍ଧାରେ ହୋଇଯିବ ଶେଷ


ସୁବ୍ରତ ଜେନା ୮୨୪୯୨୨୦୮୩୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance