STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ତୁ ନିଶ୍ଚୟ ପାରିବୁ

ତୁ ନିଶ୍ଚୟ ପାରିବୁ

1 min
196

ତୁ_ନିଶ୍ଚୟ_ପାରିବୁ

ନିଶ୍ଚୟ କର ତୋର ଲକ୍ଷ୍ଯ ନିର୍ଦ୍ଧିଷ୍ଠ କର ତୋର ପଥ

ପଣ କରିଦେ ତୁ ଚାଲିବୁ କେବଳ ଚାଲିବୁ

ଈଶ୍ବରଙ୍କ ଆଶୀଷ ନେଇ ନିଜ ଭିତରର ବିଶ୍ୱାସ ସହ

ନିଜର ହାରିବାର ମନକୁ ହରାଇ ତୁ ଜିତିବୁ

ଲୂହ-ଲହୁକୁ ମିଶି ମନ ହେବ ତୋର ଶକ୍ତିସ୍ରୋତ

କେ କହିଲା ତୁ ପାରିବୁନି ତୁ ପାରିବୁ


ଦେବତା ହେବାର କରିବୁନି ତୁଚ୍ଛ ପ୍ରୟାସ

ନିଜକୁ ସାଧାରଣ ମଣିଷ ହିଁ ଭାବି ତୁ ଅଗ୍ରସର ହେବୁ

ସକରାତ୍ମକ ଚିନ୍ତାଧାରାକୁ ରଖିବୁ ସଦା ବଜାୟ

ତୋତେ ମିଳିଥିବା ନିରୁତ୍ସାହିତ ଟିପ୍ପଣୀ ଟିପି ରଖିବୁ

ଚାରିପାର୍ଶ୍ଵ ରୁ ଆସୁଥିବା ବିଘ୍ନର ବିନାଶ ନିଶ୍ଚୟ

କେ କହିଲା ହାରିଯିବୁ ତୁ, ତୁ ନିଶ୍ଚିତ ଜିତିବୁ


ଲହୁକୁ ତୁ ନିଷ୍ଠା କରିବୁ ପରିଶ୍ରମ ତୋର ନିଶ୍ୱାସ-ପ୍ରଶ୍ୱାସ

ସତ୍ଯ ପଥର ହେବୁ ତୁ ପଥିକ ତୁ ଲଢିବୁ,

ନିଜକୁ ନିଜ ଭିତରେ ସନ୍ଧାନ କରି ତୁ ଅନବରତ

ଅଜସ୍ର ଶକ୍ତି ର ଅଧିକାରୀ ତୁ, ତୁ ବିଜୟୀ ହେବୁ,

ଝାଳ ତୋର ତୋତେ ବାରବାର ପ୍ରେରଣା ଦେବ

ଅପେକ୍ଷା କରନା, ସଫଳତା ତୋ' ଅପେକ୍ଷା ରେ ତୁ ପହଞ୍ଚିବୁ


ଭିନ୍ନରଙ୍ଗରେ ରଙ୍ଗୀନ କରିବ ସମାଜ ତୋତେ

ସମୀକ୍ଷା ନିଜକୁ ନିଜର କାର୍ଯ୍ୟର ସଠିକ୍ କରିବୁ

ସମସ୍ଯା ହିିଁ ତ ଜୀବନ, ସମାଧାନ ତେଣୁ ନିଶ୍ଚୟ

ସମାଧାନ ପାଇଁ ସବୁ ରଙ୍ଗକୁ ଚିହ୍ନିବା ଜରୁରୀ କେବଳ ଚିହ୍ନିବୁ

ଦୁଃଖ-ଯନ୍ତ୍ରଣା ବି ସହିବୁ ପଥେ ତୋର ଅନେକ ଜୀବନ୍ତ ବାଧା

ତଥାପି ଡ଼ରିବୁନି ହାରିବୁନି ତୁ ନିଶ୍ଚୟ ପାରିବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational