STORYMIRROR

Writer Roja Panda

Romance

3  

Writer Roja Panda

Romance

ତୁ ମୋର

ତୁ ମୋର

1 min
378


ତୁ ମୋର ଜୀଇଁ ବାର ନୂଆ ବାହାନା

ତତେ ଛାଡି ମୁହୂର୍ତ୍ତେ ମୁଁ ରହିପାରେନା

ତୁ ହେଇଯା ମୋ ଠିକଣା

ଦେଇଦେବି ତତେ ତୋର ପ୍ରେମ ପାଉଣା ।।

ତୁ ମୋର ସକାଳର ସୁନେଲି ଖରା

ରହିଥିବୁ ସାଜି ମୋର ଆଖିର ତାରା

ତୁ ଦେ ଟିକେ ଇଶାରା

ବୋଳି ଦେବି ପ୍ରେମ ତୋର ହୃଦୟ ସାରା ।।

ତୁ ମୋର ମନ ତଳ ଧକ୍ ଧକ୍ ସ୍ପନ୍ଦନ

ପାଇବାକୁ ଚାହେଁ ତୋର ନିରୀହ ମନ

ପୁରା କରିଦେ ମୋ ସପନ

ଦେଇଦେବି ତତେ ମୋର ଏଇ ଜୀବନ ।।

ତୁ ମୋର କଥା କୁହା ଟିକି ଚଢ଼େଇ

ଶୁଣୁଥିବି କଥା ତୋର ପାଖରେ ରହି

ତୁ ଦେ ହାତ ବଢ଼େଇ

ଡେଇଁ ଯିବି ନିଆଁକୁ ମୁଁ ତୋହରି ପାଇଁ ।।

ତୁ ମୋର ସାତ ଜନ୍ମ ଅଭୁଲା ସାଥି

ଗାଉଥିବା ଦୁହେଁ ମିଶି ଜୀବନ ଗିତି

ତୁ ସାଜିଯା ମୋ ସାରଥୀ

ଚାଲୁଥିବା ଆଜୀବନ ଢାଳି ପିରତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance