STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ତୁ ମୋର

ତୁ ମୋର

1 min
220

ମନ ଦେଇ ମନ ନେଇଥିଲୁ ବୋଲି

ଦେହେ ପ୍ରେମ ରଙ୍ଗ ମାଖି ମୁଁ ଥିଲି

ଅଧାବାଟେ ସିନା ଛାଡ଼ି ଚାଲିଗଲୁ

କେମିତି ପାରିବି ତୋତେ ମୁଁ ଭୁଲି


ହଜି ଯାଇଥିଲି ତୋ ଆଖିରେ ପ୍ରିୟା

ସପନ ବଣିକ ମୁଁ ସାଜିଥିଲି

ତୋ ସାଥିରେ ସୁନା ସଂସାର ଗଢିବି

ମନେ କେତେ ଆଶା ବାନ୍ଧି ମୁଁ ଥିଲି l


ଜାଣିଥା ଲୋ ପ୍ରିୟା ମୁଁ ପ୍ରେମ ପଥିକ

ପ୍ରେମ ସତ୍ୟ ମୋର ଆଉ ଶାଶ୍ୱତ

ପାଉଥିଲି ଭଲ ପାଉଛି ଭଲ ମୁଁ

ଭୁଲିବି କେମିତି କହ ଲୋ ମିତ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance