STORYMIRROR

pranati Mahapatra

Abstract

2  

pranati Mahapatra

Abstract

ତୁ ମୋ ଜପାମାଳା

ତୁ ମୋ ଜପାମାଳା

1 min
137


ଦୁଃଖ ଦେଲ ବୋଲି ଦୁଃଖ କରେ ନାହିଁ

ଦୁଃଖି ଟିଏ ମୁଁ ତୁମର,

ସୁଖ ମାଗିବାକୁ ଧାଇଁ ଆସିନାହିଁ

ଦର୍ଶନ ଇଚ୍ଛା ମାତର।

ସୁଖରେ ତୋତେ ମୁଁ ଭୁଲିଯିବି ଭାବି 

ସବୁ ଯାକ ଦୁଃଖ ଦେଲୁ,

ବନ୍ଧୁ ମୁଁ କାହାକୁ ଆପଣା ଭାବିବି

 ସମସ୍ତଙ୍କୁ ଦୂରେଇଲୁ।

ତୁ ପରା ମୋର ଏମିତିକା ବନ୍ଧୁ

ଜନମ କାଳୁ ଜାଣିଛି,

ଯେତେ ଦୁଃଖ କଷ୍ଟ ତୋ ସାଥେ ବାଣ୍ଟୁଛି

କାହାକୁ ମୁଁ ନ ଖୋଜୁଛି।

କହରେ କାଳିଆ କିମ୍ପାଇଁ ମୋ ସାଥେ

ଏମିତିକା କରୁ ଲୀଳା

ତୋ ଶରଣେ ପଶି ହୁଏ ହନ୍ତସନ୍ତ 

ତଥାପି ତୁ ମୋ ଜପାମାଳା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract