STORYMIRROR

pranati Mahapatra

Inspirational

3  

pranati Mahapatra

Inspirational

ତୁ ମୋ ଭାଗ୍ୟ ବିଧାତା

ତୁ ମୋ ଭାଗ୍ୟ ବିଧାତା

1 min
487

ଦାୟିତ୍ଵ:-


ଗର୍ଭ ସଞ୍ଚାର ଆଗରୁ ତ ମୋ ମାଆ

 ତୋ ହାତେ ଦେଇଛି ମୋତେ,

ମୋ ହାନିଲାଭ ମୋ ଭଲମନ୍ଦ

ସଅଁପିଛି ପରା ତୋତେ।


ଦୁନିଆଁ ଦାଣ୍ଡରେ ଭଲ ମଣିଷଟେ

ହୋଇ ଠିଆ ହେବା ପାଇଁ,

ଭଲ ପାଠପଢି ପାଞ୍ଚଜଣ ସାଥେ

ଭିନ୍ନ ପରିଚୟ ନେଇ।


ସତ୍ୟ ଧର୍ମ ପଥ ଅନୁସରି ମୁହିଁ

ସଚ୍ଚରିତ୍ରର ଚରିତ୍ର ଧରି,

ମୋ ଭାଗ୍ୟ ବିଧାତା ହେ କଳାଗୋସାଇଁ

 ତୋତେ ଲଗା ମୋ ଜୀବନ ଡୋରି।


ତୁ ଥାଉଁ ଥାଉଁ ମୋ ପାଶେ ପାଶେ

ମୋ ଦାୟିତ୍ୱ ମୁଁ କାହାକୁ ଦେବି,

ଜନ୍ମଦାତ୍ରୀକୁ କୋଟି ପ୍ରଣିପାତ

ତୋ ଭଳି ସ୍ରଷ୍ଟା ପାଖେ ରହିବି।


ସଂଶୟ ଆସେ ତ ମନରେ ମୋ ସଦା

ତୋ ଦାୟିତ୍ୱ କିଏ ନିଏ,

ତୁ ସ୍ରଷ୍ଟା ପୁଣି ତୁ ହିଁ ତ ସୃଷ୍ଟି

ବୁଝି ବି ଅବୁଝା ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational