STORYMIRROR

Pankajini Upadhaya

Romance

4  

Pankajini Upadhaya

Romance

ତୁ ଗଲାପରେ

ତୁ ଗଲାପରେ

1 min
205


ତୁ ଗଲାପରେ

ବର୍ଷା ଆଉ ଆସିନି

ବର୍ଷା ପରା ପ୍ରେମର ଋତୁ

ପ୍ରେମ ନାହିଁ ତ ହୃଦୟରେ ଆଉ

ଚଇତାଳି ଖେଳୁନି।

ବର୍ଷା ଆସିରେ

ଦେହ ମନ ଭିଜିଯାଏ

ପ୍ରେମର ରଙ୍ଗରେ ରଙ୍ଗୀନ

ହୋଇଯାଏ।

ବର୍ଷା ରେ

ଭିଜିଯାଏ

ତନୁ ମନ ହୃଦ ସବୁ କିଛି

ଦେହ ଲାଜେଇଯାଏ

ଲାଜକୁରୀ ନବ ବଧୂଭଳି

ଏଠି ଖାଲି ପ୍ରୀତି ଆଉ ପ୍ରୀତି।

ଥରି ଯାଏ ଦେହ

ଶିରିଶିରି ପବନରେ

ଶୀତେଇ ଯାଏ ହୃଦବନ

ପବନ ତାଳରେ 

ତନୁ ବଲ୍ଲରୀ ଗୁଣୁଗୁଣୁ ଗୀତ ଗାଏ।

ପ୍ରିୟର

ମନ ହଜିଯାଏ

ପ୍ରେମର ଫଗୁଣ ବହେ

ସମଗ୍ର ଅବୟବରେ।

ଫଗୁଣ 

ଆସିଯାଏ ବର୍ଷା ସାଥେ

ଶ୍ରାବଣର ବାରିପାତ

ଚଇତାଳି ମଲ୍ଲୀ ମହକ

ଫଗୁଣର ଫଗୁ ପବନ

ତନୁ ମନ ହୃଦୟରେ

ଶ୍ରାବଣର ବନ୍ୟା।

ତୁ ଗଲାପରେ

ସେମାନଙ୍କର ଦେଖା ନାହିଁ

ଖାଲି ତାତି ଗ୍ରୀଷ୍ମର ତାତି।

ସବୁ ସ୍ବପ୍ନ ହଜିଛି

ରାଗ ହଜିଛି

ରାଗିଣୀ ହଜିଛି

ମାଦକତା ହଜିଛି

ହଜିଛି କମ୍ପନ

ସପନ ବି ହଜିଛି।

ତୁ ଗଲାପରେ

ଦେହ ଦେହ ହୋଇ ନାହିଁ

ମନ ମନ ହୋଇ ନାହିଁ

ହୃଦୟ ବୀଣାରେ ଝଙ୍କାର ନାହିଁ

ପ୍ରାଣ ନାହିଁ

ଶବ ପ୍ରାୟ ଶରୀର ।

ସବୁ ଦୁଃଖ

ସବୁ ସନ୍ତାପ

ବସା ବାନ୍ଧିଛନ୍ତି

ଫେରିଆ ପ୍ରିୟା

ମୋ ଦେହରେ ନବ ପଲ୍ଲବ

କଅଁଳେଇ ଦେ

ଜୀବନ୍ଯାସ ପାଇଯାଆନ୍ତୁ ସମସ୍ତେ

ବର୍ଷା ଫଗୁଣ ଆସନ୍ତୁ

ପ୍ରୀତିର ଗୀତ ଗାଆନ୍ତୁ।


Rate this content
Log in

Similar oriya poem from Romance