ଟୁଇଁ ଟୁଅଁ।
ଟୁଇଁ ଟୁଅଁ।
ଟୁଆ କହିଥିଲା ଟୁଇକୁ
କହିବା,ଲେଖିବା,ପଢିବା ଓଡ଼ିଆ
ଶରଧା ରଖିବା ଭୁଇଁକୁ
ଟୁଇଁ କହିଥିଲା ଟୁଆରେ
ଓଡ଼ିଶାରେ କେତେ ଛୁଆରେ
ପାଠପଢି ଦେଶବିଦେଶ ଗଲେଣି
ହାତ ନପାତି କା ଦୁଆରେ
ଟୁଅଁ। କହେ ଶୁଣ ଟୁଇଲୋ
ଅନା ଏରାଇଜ ଭୁଇଁଲୋ
ସୁନା ସଂଗେ ତୁଲ ଏମାଟିର ମୂଲ
ନଥିବ ଅଭାବ ଛୁଇଁଲୋ
ଟୁଇଁ କହେ ଆମ ପରବ
ପତିତପାବନ ଗରବ
ହସିହସାଇବା ସୁଖରେ ରହିବା
ମଙ୍ଗଳ କରିବା ସରବ
ଟୁଅଁ।କହେ ଟୁଇଁ ଅମେରେ
କଳିଙ୍ଗ ବାସୀକଂ ନାମରେ
କଳା,କାରୀଗର,ବିରବି ବେପାରୀ
ସବୁଥିରେ ଥିଲୁ ଆଗରେ