ଟ୍ରାଫିକ ରୁଲ
ଟ୍ରାଫିକ ରୁଲ


ଆସ ଆଜି ଆମେ ଶପଥ ନେବା
ଟ୍ରାଫିକ ନିୟମ ସଦା ମାନିବା ।
ଏହି ନିୟମକୁ ପାଳନ କରି
ନିଜ ଜୀବନକୁ ସୁରକ୍ଷା ଦେବା ।
ଲାଇସେନ୍ସଟିକୁ ପାଖରେ ରଖି
ଜରୁରୀ କାଗଜ ସାଙ୍ଗରେ ଧରି
ହେଲମେଟ୍ ଟିକୁ ମୁଣ୍ଡରେ ଭିଡି
ଧିରବେଗେ ବାମ ପାର୍ଶ୍ୱକୁ ମାଡି ।
ଦୁଇ ଚାକିଆରେ ତିନି ନ ବସ
ଭୁଲ ସଡକରେ କେବେ ନ ପଶ ।
ଅଧିକା ସମୟ ହାତରେ ରଖି
ଘରୁ ବାହାରିବା ମନେ ରଖିକି ।
ମଦ ପିଇ ଗାଡି ଚଳାଅ ନାହିଁ
ଡ୍ରାଇଭ ରେ କର ହ୍ୟାଲୋକୁ ବାଏ ।
ଏପରି ସୁନ୍ଦର ପ୍ରାଣକୁ ରଖ
ରହିଲେ ଜୀବନ ଭୁଞ୍ଜିବ ସୁଖ ।