STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଟୋପାଏ ସିନ୍ଦୂର

ଟୋପାଏ ସିନ୍ଦୂର

1 min
314

ଟୋପାଏ ସିନ୍ଦୂର ମଥାରେ ଲାଗିଲେ

ଝିଅ ହୁଏ ପରଧନ

ଅଜଣା ମଣିଷ ହୁଏ ଆପଣାର

ଚୋରି କରିନିଏ ମନ


ମିଠା ବାଲ୍ୟକାଳ ସାଙ୍ଗସାଥି ମେଳ

ମିଛ ବାଲିଘର ଖେଳ

ସ୍ମୃତି ହୋଇ ଖାଲି ରହିଯାଏ ହୃଦେ

ଅମଳିନ ଚିରକାଳ


ଆତ୍ମୀୟ ସୋଦର ହୋଇଯାନ୍ତି ପର

ପର ହ୍ୱନ୍ତି ଆପଣାର

ଗାଆଁ ଦାଣ୍ଡ ତା'ର ହୋଇଯାଏ ଦୂର

ବାନ୍ଧି ସମ୍ପର୍କର ଡୋର


ବିଶ୍ୱାସ ଭରସା ସେନେହ ଶରଧା

ହୃଦୟରେ ଭରି ଦେଇ

ଅଜଣା ସାଥୀର ହାତେ ହାତ ଛନ୍ଦେ

ସିନ୍ଦୂରକୁ ଆପଣେଇ


ନାରୀ ଜନ୍ମ ସତେ ସାର୍ଥକ ହୁଅଇ

ନୂଆ ପରିଚୟ ପାଏ

ସ୍ୱାମୀ ତା' ଦେବତା ପ୍ରୀତିପୁଷ୍ପ ଦାତା

ସିନ୍ଦୂରକୁ ତୁଲେ କିଏ


କର୍ତ୍ତବ୍ୟ ଆଦରି ପତ୍ନୀ ଧର୍ମ ବରି

ଲଭେ ନାରୀ କୋଟି ପୂଣ୍ୟ

ଅମୂଲ୍ୟ ରତନ ସିନ୍ଦୂରର ସ୍ଥାନ

ରଖିଥାଏ ସଦା ମାନ


ସଉଭାଗ୍ୟବତୀ ନାରୀ ଧର୍ମ ରୀତି

ସିନ୍ଦୂରର ମହାଦାନ

ସିନ୍ଥିରେ ଲାଗିଲେ ଟୋପାଏ ସିନ୍ଦୂର

ନାରୀଜନ୍ମ ହୁଏ ଧନ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract