ଟୋପାଏ ସିନ୍ଦୂର
ଟୋପାଏ ସିନ୍ଦୂର
ବୃନ୍ତଚ୍ୟୁତ କରିବା ଅଧିକାର
କିଏ ଦେଲା
ତୁମକୁ
କେତେବେଳେ,
ଦଳା,ଚକଟା,
ଖଣ୍ଡ ବିଖଣ୍ଡିତ କର
ବାସର ଶେଯେ
ପୁଣି
କାହା ଗଳାର ହାର ତ
କେଉଁ
ଆଳିଆଗଦାର ସମ୍ପନ୍ନ
କର
ଶେଷକୃତ୍ୟ,
ଭୁପତିତ
ପ୍ରାରବ୍ଧ
ମୋ ଅଧିକାର
କିନ୍ତୁ
ତୁମ ସହ
ମୁଁ ପତିତା କୋମଳ
ବ୍ୟବହୃତା
ବିନିମୟ ମୂଲ୍ୟ ମୋର
ଟୋପାଏ
ସିନ୍ଦୁର--!