STORYMIRROR

BISWESWAR MAJHI

Romance

3  

BISWESWAR MAJHI

Romance

ଟୋପାଏ ସିନ୍ଦୁର- ଯୋଡେ ହୃଦୟ

ଟୋପାଏ ସିନ୍ଦୁର- ଯୋଡେ ହୃଦୟ

1 min
287

ଜନ୍ମ ସ୍ଥାନ ଆତ୍ମୀୟ ସହୋଦର 

ଟୋପାଏ ସିନ୍ଦୁର କରିଦିଏ ପର

ଟୋପାଏ ସିନ୍ଦୁର ବଳରେ ସାତପର

ହୋଇଯାଏ ଏକାନ୍ତ ଆତ୍ମୀୟ ନିଜର

ପୁରୁଣା ସମ୍ପର୍କ କାଟେ ଯୋଡେ ନୂଆ

ମଥାରେ ଅବା ଅଗ୍ନି ପରୀକ୍ଷାର ନିଆଁ

ସୀମନ୍ତିନୀ ମସ୍ତକରେ ଜଳେ ଦାଉଦାଉ

ଲକ୍ଷ୍ମଣଙ୍କ ତିନିଗାର ବଳି ତା'ର ଭାଉ

ସତୀ ନାରୀର କରେ ଯେତେ ଉପକାର

ରକ୍ଷା କବଚ ସାଜେ ଆପଦେ ପ୍ରିୟର

ଟୋପେ ସିନ୍ଦୁର ନାରୀକୁ ଦିଏ ଯେ ସମ୍ମାନ 

ଦେଇ ପାରେ ନାହିଁ ମହଣ ମହଣ ସ୍ୱର୍ଣ

ପତ୍ନୀର ଅମୋଘ ଅସ୍ତ୍ର ମହା ପରିଚୟ

ସଭ୍ୟ ସମାଜରେ ଆନ ନୁହେଁ ତୁଳନୀୟ

ସୀମନ୍ତିନୀ ନାରୀର ଗୌରବ ସୁନ୍ଦର 

ଧନ୍ୟ ଧନ୍ୟ ଗୁଣ ତବ ଟୋପାଏ ସିନ୍ଦୁର

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance