STORYMIRROR

Yudhisthir Khamari

Abstract

3  

Yudhisthir Khamari

Abstract

ଟିକିଏ ରୁହ

ଟିକିଏ ରୁହ

1 min
183

ରୁହ ଟିକିଏ ରୁହ

ଏତେ ତର ତର କାହିଁକି ଯେ

ନିଜ ଠିକଣା ଜାଗାକୁ ଯିବାକୁ ବୋଧେ

ହେଲେ କ'ଣ ହେେଲା

ଟିକିଏ ରୁହ

ମୁଁ ବି ତୁମ ପଥର ଯାତ୍ରୀ

ଯିବା ଏକା ସାଥିରେ 

ଦୁଃଖ ସୁୁଖ ହୋଇ

ଅବିଶ୍ବାସି ମଣିଷଙ୍କ ଠୁ

ସୁରକ୍ଷା ଦେବି ମୁଁ

ଅନ୍ଧାର ଦିସିିବ ଟିିିିକିଏ ପରେ

ଦିସିବନି ମୁହଁକୁ ମୁହଁ

ଧରିଥାଅ ଭିଡି ମୋ ହାତକୁ

କିଏ ଜାଣେ

କ'ଣ କେତେବେଳେ ଘଟିିିିଯାଇ ପାରେ

ବିଶ୍ରାମ ନେବା ଏକ ସୁରକ୍ଷିତ ସ୍ଥାନେ 

ସକାଳ ହେଲେ ପୁଣି ଚାଲିବା

କଟାକ୍ଷ ନଜର ପଡିବ ତୁମ ଉପରେ

ଦୂରେଇବି ତାକୁ ମୁଁ ମୋ ବାହୁ ବଳରେ

ବାଟ ଶେଷେ ଛାଡି ଦେବି 

ତୁମ ଲକ୍ଷ୍ୟ ସ୍ଥାନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract