STORYMIRROR

Priyadarsini Das.

Classics

2  

Priyadarsini Das.

Classics

ଟିକିଏ ରହିଯାଆ

ଟିକିଏ ରହିଯାଆ

1 min
2.7K

ଟିକିଏ ଦେଇ ଦେ ମୋତେ ତୁ ସମୟ

 ମୁଁ ଟିକେ ସମ୍ଭାଳି ଯାଏ , 

ଭଙ୍ଗା ଗୋଡ଼ କୁ ମୁଁ ଟିକେ ଚଳାଇ ନିଏ ...।


ତୁ ପିଆଇ ଥିବା ଜହର କୁ 

ଟିକେ ବାନ୍ତି କରି ଦିଏ ...

ଟିକିଏ ରହି ଯାଆ ମୁଁ ବି ଟିକିଏ ସମ୍ଭାଳି ଯାଏ .....।


ମୋ ଦେହ ରେ ଖାଲି ତୋ ବିଷ ର ଗନ୍ଧ ...

ତୋ ନର୍ଦମା ର ସେ ଗନ୍ଧ ରେ 

ମୁଁ ଶ୍ୱାସରୁଦ୍ଧ ...


ଟିକିଏ ମୁକ୍ତ ଭାବେ ବା କୁ ଶୋଷିବାକୁ ଟିକେ ସମୟ ଦେ ....

ଟିକିଏ ରହି ଯାଆ ମୁଁ ଟିକେ ବଞ୍ଚିଯାଏ...


ତୁ ଶିକୁଳି ବାନ୍ଧି ଥିବା ମୋ ପାଦରେ ଭାରି ଦରଜ ... 

ତାକୁ ଟିକେ ଚାଲିବାକୁ ଦେ ...

 ଟିକିଏ ରହି ଯାଆ ମୁଁ ଟିକେ ସଳଖି ଯାଏ ...


ତୋ ରି ଦୟା ରେ ମୋ ପାଣି ଆଜି

ନାଲି , ନେଳୀ , ହଳଦୀ ..

ତୋରି ଆବଶ୍ୟକତା ରେ ସେ ଆଜି

ଅମ୍ଳୀୟ , କ୍ଷାରୀୟ .....


ଟିକିଏ ରହି ଯାଆ ମୁଁ ଟିକିଏ ସ୍ୱଚ୍ଛ ହୋଇଯାଏ ......।

ଟିକିଏ ରହ ...

ତୁ ବନ୍ଧା ପକେଇ ଥିବା ସେ ଶାଗୁଆ ଶାଢ଼ୀ କୁ ଟିକିଏ ମୁକୁଳାଇ ନିଏ ......

ଟିକିଏ ରହିଯାଆ ତୁ .......।


ବରଫ ରୁ ଜଳ କି ଜଳ ରୁ ବରଫ 

ସହସା ହୁଏନି ...

କି ଲୋଟେ ଜଳ ଫୁ କିନା ବାମ୍ଫ ହୁଏନି ...


ଟିକିଏ ନିଏ ସେ ସମୟ ....

ତୁ ମୋତେ ବି ଦେଇ ଦେ ସେଇ ଟିକକ ସମୟ ....

ମୁଁ ଟିକେ ସମ୍ଭାଳି ଯାଏ .....।


ମଞ୍ଜି ରୁ ଦ୍ରୁମ , ଦ୍ରୁମ ରୁ କୋଇଲା 

ହୁଏନି ଆଖି ପିଛୁଳା କେ ....

ନିଏ ସେ ବି ସମୟ ....


ଟିକିଏ ତୁ ରହି ଯାଆ ମୁଁ ବି ଟିକିଏ ସମ୍ଭାଳି ଯାଏ .....।


ତୋ ରି ଜୀବନ ପାଇଁ ତୋ ପାଦେ ବେଡି ତୁ ସହି ପାରୁନା,, 

ଭାବି ଟିକିଏ ଦେଖିଲୁ 

ତୋ ସ୍ବାର୍ଥ ବେଡି ରେ ବନ୍ଧା ମୋ ଜୀବନ ଥିବ କେତେ କଷ୍ଟ ର ସମୟ ...।


ତୋ ସମୟ ରୁ ଟିକିଏ ଦେ ମୋତେ ....

ତୁ ରହିଯାଆ ଟିକିଏ ତୋ ହିତ ପାଇଁ.. 

ମୁଁ ଟିକିଏ ସମ୍ଭାଳି ଯାଏ ...

ମୁଁ ଟିକିଏ ଖାଲି ସମ୍ଭାଳି ଯାଏ .....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics