STORYMIRROR

Bijay Prusty

Fantasy

3  

Bijay Prusty

Fantasy

ଟିକିଏ ଆଲୁଅ ଲୋଡା

ଟିକିଏ ଆଲୁଅ ଲୋଡା

1 min
192


ଜହ୍ନକୁ ମାଗିଲି ଜୋଛନା ଟିକିଏ

ଚାଲିଗଲା ମୋତେ ଛାଡି

ରାତିକୁ ମାଗିଲି ଫୁଲର ସୁରଭି

ଅନ୍ଧାର ଆସିଲା ମାଡି I

ଦିନର ଆଲୁଅ ଦେଖିବା ପାଇଁକି

ଯେବେଳେ ଖୋଲିଲି ଆଖି

ଆଲୁଅ ବଦଳେ ଅନ୍ଧାର ଘୋଟିଲା

କିଛି ପାରିଲିନି ଦେଖି I

ଲୁହର ଠିକଣା ଖୋଜି ଖୋଜି ଯେବେ

କୋହରେ ଭରିଲା ଛାତି

ଆଖିଲୁହ ସବୁ ଓଠ ପିଇଗଲା

ଲୁଚିଗଲା ଜହ୍ନରାତି I

ମଳୟର ଛୁଆଁ ଖୋଜିଲା ମରମ

ମିଳିଲା ଅସରା କୋହ

ଛଳନା ଭିତରେ ପ୍ରୀତିର ଶ୍ରାବଣ

ଢାନୁଥିଲା ଆଖିଲୁହ I

କେମିତି କହିବି ଜହ୍ନକୁ ଯେବେଳେ

ଦେଖିଲି ପୁରାଇ ଆଖି

ସିଝିଗଲା ମୋର କଅଁଳ ହୃଦୟ

ନିଜେ ହେଲି ନିଜ ସାକ୍ଷୀ I

       


Rate this content
Log in

Similar oriya poem from Fantasy