STORYMIRROR

Satyanarayan Sahoo

Inspirational Children

4  

Satyanarayan Sahoo

Inspirational Children

ଟିକିଚାରା  ଓ  ମହାଦୂମ

ଟିକିଚାରା  ଓ  ମହାଦୂମ

1 min
284

ଟିକିଚାରା ଟିଏ ଲଗାଇ  ତାହାର  

ଘେନିବା  ଯଦି ଯତନ

 ଅଳପ ଦିନରେ ବଢି ତାହା କ୍ରମେ

ପାଲଟିବ ମହାଦୂମ ।

ବୂକ୍ଷ ରୋପଣ ରେ ରତ ହେବା ଆସ

ଧରି ଦମ୍ଭ ଓ ସାହସ

ରୋପି ଥିଲେ ଟିକି ଚାରାଟେ କେଉଁଠି

ହୁଏ ସୁ‐ବିଶାଳ ଗଛ ।

କରି ଯିବା ଆମେ ଉଦ୍ୟାନ ଗଠନ

ବନୀକରଣ ରେ ବନ

ଗଢିବା ବହୁତ ଆସ ହେ ସତତ

ରୋପି ନିତି ଚାରା ମାନ  ।

ଲଗାଇଲେ ଗଛ ପରିବେଶ ସ୍ବଚ୍ଛ

ରହିବ ଆମ ସର୍ବଦା

ପ୍ରାଣୀ ଜଗତର  ସୁ‐ କଲ୍ଯାଣ କର

ଦୁର୍ମୂଲ୍ଯ ଚିର ସଂପଦା ।

ଚାରା ରୋପଣ ଓ ତା'ର ସଂରକ୍ଷଣ

ସାଥେ ଦେଲେ ଖତ ଜଳ

ବଡ ହୋଇ ସେହି ବୂକ୍ଷ ଥାଏ ଦେଇ

ସ୍ବାଦୁମୟ କେତେ ଫଳ ।

ଗଛ କରେ ବର୍ଷା  ପକ୍ଷୀ ଗଛେ ବସା

ନିର୍ମାଣି ବାସ କରନ୍ତି

ଗ୍ରୀଷମ ସମୟେ  ଏହାରି ତଳରେ

ପଥିକେ ବିଶ୍ରାମ ନ୍ଯନ୍ତି  ।

କେତେ କେତେ ପଶୁ ପତଙ୍ଗମ ବସୁ

ଥାଆନ୍ତି ନିତି ତା' ପରେ

କୋରଡେ ତାହାର  କରି ଥାନ୍ତି ଘର

ସରୀସୂପ ତା' ପତ୍ରରେ ।

ଅସଂଖ୍ଯ କୀଟ ଓ ଅଣୁ ଜୀବ ଗଣ

ଘେନିଣ ଥାନ୍ତି ଆଶ୍ରୟ

ଏକ କ୍ଷୁଦ୍ର ଚାରା ହୁଅଇ କିପରି

ଅସଂଖ୍ଯ ପ୍ରାଣୀ ନିଳୟ ।

ଦେଖି ଶିଖି ଜାଣି ଅପରେ ବଖାଣି

ବୁଝାଇବା ନିତି ଏହା

ଗଛ ହିଁ ଦିଅଇ  ଅମ୍ଳଯାନ ନିତି

ଜୀବେ ପ୍ରଶ୍ବାସରେ ଯାହା ।

ଗ୍ରହଣ କରନ୍ତି  , ସେମାନେ ଶୋଷନ୍ତି

ଦୂଷିତ ବାଷ୍ପ ସମୂହ

ଏହି ସବୁ ପାଇଁ  ବୂକ୍ଷ ଜଗତର

କେତେ ହିତକାରୀ କହ ??

ପଶୁଙ୍କ ଆହାର  ପ୍ରାଣୀ ଙ୍କର ଘର

ତିଆରି ରେ ତାହା ଲାଗେ

ଗଛ ଦିଏ ଜାଳ  ମଣିଷର ଖାଦ୍ଯ 

ରୋଷେଇ ପାଇଁ କି ଲାଗେ ।

ତା'ର ଚେର ପତ୍ର ଫୁଲ ଫଳ ମୂଳ

ଔଷଧ ତିଆରି  ହୁଏ

ଏହି ପରି କେତେ  ଗାଉ ଥିଲେ ସତେ

ବୂକ୍ଷ ଉପକାର ଯେତେ ।

ସରିବ ନି କେବେ  ଆସ ହେ ସରବେ

ଲଗାଇବା ଏଣୁ ଗଛ

ପୂଣ୍ଯ ମୟ କର୍ମେ ପୂଣ୍ଯ ଆହରଣେ

ପରିସ୍ଥାନ ପୁଣି ସ୍ବଚ୍ଛ ।

ରଖିବା ସହିତ  ସାଧିବା ସୁହିତ

ସାଂପ୍ରତିକ ପରିସ୍ଥିତି

ହେତୁ ଆଜି ଯେତେ ବୈଷମ୍ଯେ ଜଗତେ

କୋପିତ  ହୁଏ ପ୍ରକୁତି ।

କରାଇବା ଶାନ୍ତ  ଯେତେ ଦୁର୍ବିପାକ

ବନ୍ଯା ,ବଢି , ଓ ମରୁଡି

ଭୂମି କମ୍ଫ ଆଦି  ଯିବ ଅପସରି

ବୂକ୍ଷ ସଂଖ୍ଯା ଗଲେ ବଢି  ।

ମୂତ୍ତିକା କ୍ଷୟର ହୋଇଯିବ ଦୂର

ଲୁପ୍ତ ପ୍ରାୟ ପଶୁ ପକ୍ଷୀ

ପାଇବେ ଆସ୍ଥାନ  ଜୀବ ପରିସ୍ଥାନ

ସୁରକ୍ଷିତ ସର୍ବେ ସୁଖୀ ।

ହେବେ ଲଗାଇଲେ ଚାରାଟେ ପହିଲେ

ଗଛ ରହିଲେ ହିଁ ଜୀବେ

ରହିବେ ଧରାରେ ନ ହେଲେ ସଭିଏଁ

ଅଚିରେ ବିନାଶ ଯିବେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational