STORYMIRROR

GAGAN KUMAR DASH

Children

3  

GAGAN KUMAR DASH

Children

ଟିକି

ଟିକି

1 min
209


ଟିକି ଜଳ ବିନ୍ଦୁ    ପୂର୍ଣ୍ଣ ସାଗର,

ଟିକି ଧୂଳି କଣା    ମରୁଭୂମିର ।  

ଟିକି ମହୁମାଛି    ପରୋପକାରେ,

ଟିକି ଜୀବନକୁ    ଲଗା କାମରେ ।

ଟିକି ଗୁଣ୍ଡିଚିର     ପଥର କାନ୍ଧେ,

ଟିକି ଧର୍ମପଦ     ଚୁଳକୁ ବାନ୍ଧେ ।

ଟିକି ବାଜି ଭାଇ    ଜୀବନ ଦେଲା,

ଟିକି ପ୍ରହଲ୍ଲାଦ     ବିଷ୍ଣୁ ଦେଖିଲା ।

ଟିକି ତାରା ଦେଖ   କେଡେ ସୁନ୍ଦର,

ଟିକି ପିଲେ ଆସ    ସେବ ଦେଶର ।



Rate this content
Log in

Similar oriya poem from Children