STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

ଟିକେ ଆସୁଛି

ଟିକେ ଆସୁଛି

1 min
383

ବହୁଦିନ ହେବ ଗାଁକୁ ଯାଇନି

ମାଆ କଥା ମନେପଡେ

ଆମ୍ବ ,ଜାମ୍ମୁକୋଳି ପାଟିରେ ବାଜିନି

ବାପାଙ୍କୁ ମୋ ମନ ଝୁରେ

ଖରା ଧୀରେ ଧୀରେ ମାଡିଆସିଲାଣି

ଦହିଭାତ କଥା ଭାବି

ଶାଗଭଜା ସାଥେ ତେନ୍ତୁଳି ଲଙ୍କା

କାଞ୍ଜି କେମିତି ଭୁଲିବି

ଆମ୍ବଚଟଣି ଦେଖିଲେ କଉଠି

ସାଙ୍ଗସାଥୀ ମନ ଖୋଜେ

ଶୁଣିପାରୁନାହିଁ ପୁରାଣଗାଥା

ନାହିଁ ପାଖେ ଆଜି ଜେଜେ

ଜେଜୀ ଖାଲି କହେ ଦୁଷ୍ଟ ହେଉଛୁ

ମାନିବା ହେଉନି ତୋର

ଭାଈ ଭଉଣୀଙ୍କ ସାଥିରେ କଜିଆ

ସାଜିଛି ଲକ୍ଷ୍ମଣଗାର

ଛାତ୍ରାବାସ ଆଉ ଭଲ ଲାଗୁନାହିଁ

ଗାଁକୁ ଗଲେ ହୁଅନ୍ତା

ଅପେକ୍ଷାରେ ଥାଅ ଗୁଡ଼ୁ ,ବିଉଟି

ସରିଯାଉ ପରୀକ୍ଷାଟା

ଗଲେ ସବୁ ମିଶି ମଜା ନେବା ଆମ୍ଭେ

ବଗିଚାରେ ବୁଲି ବୁଲି

ପିଜୁଳି ଖାଇବା ଗଛରେ ଚଢିକି

ଗ୍ରୀସମ ଖରାକୁ ଭୁଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract