STORYMIRROR

ତ୍ରିନାଥ ବେହେରା

Comedy

3  

ତ୍ରିନାଥ ବେହେରା

Comedy

ଟିକ୍ ଟକ୍ ପାଲା

ଟିକ୍ ଟକ୍ ପାଲା

1 min
11.5K


ଆଜି ଦେଖିଲିରେ

ଯୁବା ବୟସୀ ବାଳା

କରୁଥିଲା ସିଏ ଟିକଟକ ଭିଡିଓ

ମାରୁଥିଲା ଟେହେଁକାଳା

ପାଇଥିଲେ ସେଇ ଚନ୍ଦ୍ରବଦନୀକୁ

ମିଶି ଭିଡିଓ ବନାନ୍ତୁ ଭଲା

ଆଜି ଦେଖିଲିରେ ଯୁବା ବୟସୀ ବାଳା।

ଧିରେ ଧିରେ ଆସି ଛାତପରେ ବସି

ମୋବାଇଲ ସେ କାଢିଲା

ଏଣେ ତେଣେ ବୁଲି ଚାହିଁଲା ସେ ଟିକେ

ନେଟ ଅନ କଲା

ମଜା ମଜା କେତେ ଭିଡିଓ ସେ କଲା

ଆମ ଛାତପରେ ଲୁଚିକି ଦେଖିଲି

ଭଲେ ବିତିଲା ମୋ ଖରାବେଳା

ଆଜି ଦେଖିଲିରେ ଯୁବା ବୟସୀ ବାଳା।

ହରିଣୀ ପରିକା ସେ ଡିଆଁ ମାରିଲା

ନାନା କଉତୁକ କଲା

କେତେବେଳେ ହସେ ସେ ମୃଗ ନୟନୀ

କେବେ କଲା ଠିଆପାଲା

ଯେତେକ କଳା ତା ପାଖେ ରହିଥିଲା

ସବୁ ପ୍ରଦର୍ଶନ କଲା

କରିଦେଲା କେରେକେରା

ଆଜି ଦେଖିଲିରେ ଯୁବା ବୟସୀ ବାଳା।

ଭିଡିଓ କରିକି ସବୁତକ ସିଏ

ଫେସବୁକରେ ପୋଷ୍ଟ କଲା

ଖୋଲି ମୁଁ ମୋବାଇଲ ଲେଖିଲି ସୁପର୍ବ

ଆନନ୍ଦେ ସେ ଗଦଗଦ ହେଲା

ଦେଖୁ ଦେଖୁ ସିଏ ପାଞ୍ଚ କେ ଲାଇକି

ଦଶ କେ କମେଣ୍ଟ ପାଇଲା

ଚାଲିଲା ଟିକ୍ ଟକ୍ ପାଲା

ଆଜି ଦେଖିଲିରେ ଯୁବା ବୟସୀ ବାଳା।

ଆନନ୍ଦ ମନରେ ଚଳିଲା ସେ ଘରେ

ମୋବାଇଲ ଖେଳ ଚାଲିଲା

ସବୁ କମେଣ୍ଟକୁ ପଢିଲା ସେ ସୁସ୍ଥେ

ଥ୍ୟାଙ୍କୁ ଥ୍ଯାଙ୍କୁ ମେନସନ କଲା

ପ୍ରଥମ ଦର୍ଶକ ଯେହେତୁ ମୁଁ ଥିଲି

ଫ୍ଳାଇଙ୍ଗ କିସ୍ ଇମୋଜୀ ଟେ ଦେଲା

କୃତକୃତ୍ୟ ହେଲି ମୋବାଇଲରେ ଦେଖି

ହୋସ ମୋ ଉଡିଗଲା

ଆଜି ଦେଖିଲିରେ ଯୁବା ବୟସୀ ବାଳା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy