STORYMIRROR

Binaya Bhusan Panigrahi

Abstract Others

3  

Binaya Bhusan Panigrahi

Abstract Others

ଠିକଣାରେ ପହଞ୍ଚିବା ପାଇଁ

ଠିକଣାରେ ପହଞ୍ଚିବା ପାଇଁ

1 min
290


ମୋ ଆଖି ସାମ୍ନାରେ 

ସୁପ୍ତ ପ୍ରତିଭାତ ହେଉଥିବା ପଥ

ବାସ୍ତବରେ ମୁହୂର୍ତ୍ତେ ନ ଶୋଇ

ଅହରହ ଧାଇଁ ଚାଲିଥାଏ

ଆଖିକୁ ଚକମା ଦେଇ 

ଚତୁରେ ଚତୁରେ,ଅତି ନିଃଶବ୍ଦରେ।


ଗାଢ଼ ଅନ୍ଧାର ଭିତରେ 

ଅଜଣା ସରୀସୃପଟିଏ 

ଦେହ ଛୁଇଁ ଚାଲିଗଲେ

ଶିହରି ଉଠେ ଯେମିତି ସର୍ବାଙ୍ଗ

ଠିକ ସେମିତି, 

ଆଖିରେ ନଦେଖି କିଛି

ଶୀତେଇ ଉଠେ ପାଦ

କେଉଁ ଏକ ଅଜଣା ଭୟରେ

ରାସ୍ତା ଯେବେ ବଢିଯାଏ ଆଗକୁ ଆଗକୁ

ମୋତେ ଛାଡି ଅନେକ ପଛରେ।


ସାମ୍ନାର ସବୁରାସ୍ତା ନଚାଲି ପାରିଲେ

କ'ଣ ବା ଫରକ ରହିବ

ପାଦ ଥିବା ଆଉ, ନ'ଥିବା ଭିତରେ?


ନା; ଅଟକିଗଲେ ଚଳିବନି;

ଚାଲିବାକୁ ହେବ ମୋତେ

ମୋ'ରାସ୍ତାରେ ନିରନ୍ତର

ଚାଲୁଥିବା ରାସ୍ତାର ସମତାଳେ ,

ଅଣଦେଖା କରିବାକୁ ହେବ

ମୋହଗ୍ରସ୍ଥ ଆଖି ଦି ଟା

ବାରମ୍ବାର ଆଙ୍କିଦେଉଥିବା

ମିଛମାୟାର ଇନ୍ଦ୍ରଜାଲକୁ।


ରତ ରତ ଖରାବେଳଟା 

ଶିଝେଇ ଦେବ ହୁଏତ ମଳିଚମ;

ଜାଳି ଦେବନାହିଁ ଆଦୌ

କରମକୁ,ମନ-ମରମକୁ

ଅବଶ୍ୟମ୍ଭାବି ଯାହା

ପକ୍ଷୀମାନେ ନୀଡ଼ ମୁଖେ ଉଡିବା ଆଗରୁ 

ପହଞ୍ଚି ନପାରିଲେ ନିଜ ଠିକଣାରେ।।

--------©-------


Rate this content
Log in

Similar oriya poem from Abstract