STORYMIRROR

Binaya Bhusan Panigrahi

Inspirational

3  

Binaya Bhusan Panigrahi

Inspirational

ଜୟ ଜବାନ, ହାୟ କିଷାନ ?

ଜୟ ଜବାନ, ହାୟ କିଷାନ ?

1 min
192

ଜଣେ ସେଠି ସୀମାନ୍ତରେ ଲଢ଼େ

ଆଉଜଣେ ଲଢ଼େ ଏଠି 

କ୍ଷେତ-ଖମାଣରେ

ଖରା,ବର୍ଷା,ଶୀତ କାକରରେ

ମୁଣ୍ଡଝାଳ ତୁଣ୍ଡରେ ମାରି।


ତା'ହାତରେ ଏ.କେ.ଫର୍ଟି ସେଭେନ

ୟା'ହାତରେ ବାବୁଲା ଗଣ୍ଡିରେ ଗଢ଼ା

ଲଙ୍ଗଳର ଶକ୍ତମୁଠି,

ବରାବର ଦୁହିଁଙ୍କ ଲଢେ଼ଇ 

କ୍ଷେତ୍ର ଅବଶ୍ୟ ଭିନ୍ନ,

ସେଥିପାଇଁ ନାରା ଶୁଭେ,

"ଜୟ ଜବାନ,ଜୟ କିଷାନ"।


ଜଣେ ଦେଶପାଇଁ ଲଢୁଲଢୁ

ଛାତିରେ ସାଇତି ଗୁଳିକୁ

ସାଲ୍ୟୁଟ କରେ ଭାରତ ମାତାକୁ;

ଭୂଇଁପରେ ଟଳିବା ଆଗରୁ 

ପରମ ତୃପ୍ତିରେ କହେ,

"ଜୟ ମା ଭାରତୀ,

ଜୟ ହିନ୍ଦୁସ୍ତାନ"।


ଜବାନ ସିଏ ଅମୃତର ସନ୍ତାନ

ସମର୍ପିତ ଦେଶପାଇଁ ସର୍ବତୋ ଭାବରେ

ପଣ ତା'ର,

ଅନ୍ତିମ ରକ୍ତବିନ୍ଦୁ ଥିବାଯାକେ ଦେହେ

ମାନିବନି ହାର କେବେ

ହାରିବନି ପ୍ରାଣ,ହାରିବା ଭୟରେ।


ବେଶ ଭଲକରି ଜଣା ତାକୁ

ତା'ଜୀବନ ତା'ର ବହୁତ କମ 

ଦେଶପାଈଁ ବହୁତ ବେଶି,

ଦେଶ ତା'ଜୀବନ,ଦେଶହିଁ ତା'ପ୍ରାଣ।


ଆଗେ କେବଳ କଥାରେ ନୁହେଁ

କାମରେ ବି ବରାବର ଥିଲେ ଦୁହେଁ।


ତେବେ, ଏଇମାତ୍ର କେଇବର୍ଷ ହେଲା 

କିଷାନ ତା ମାନ ହରାଇଛି,

ବିସ୍ମରି ଯାଇଛି ପଣ ଓ ପ୍ରତ୍ୟୟ

ଲଢ଼େଇକୁ ଡରି ବିକଳରେ

ପଛକୁ ଫେରାଇ ନେଉଛି ପାଦ

ଟାଙ୍ଗି ଦେଉଛି ନିଜକୁ

ନିଜ ଗାମୁଛାରେ,

ନାକଚିପି ପିଉଛି ଫଲଡଣ,

ଭସାଇ ଦେଉଛି ପରିବାର,

ପାଲଟି ଯାଉଛି ଗୋଟି

ରାଜନୀତିର ସାପ-ସିଡ଼ି ଖେଳରେ।


ସେଇଥିପାଇଁ ତ ଏଣିକି

କେହିଆଉ ଚାହୁଁନାହିଁ କହିବାକୁ

"ଜୟ ଜବାନ, ଜୟ କିଷାନ",

ଯଦିଓ କହୁନାହିଁ କେହି,

'ଜୟ ଜବାନ, ହାୟ କିଷାନ'।


ହାୟରେ କିଷାନ,

ତୋର ଏ ଅଧୋଗତି ପାଇଁ 

ଆଉକେହି ନୁହେଁ,ତୁ ନିଜେ ଦାୟୀ,

ଯେହେତୁ,ତୁ ଲଢ଼ିବା ଆଗରୁ 

ସାହସ ଦେଉଛି ହାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational