STORYMIRROR

Binaya Bhusan Panigrahi

Tragedy Inspirational

3  

Binaya Bhusan Panigrahi

Tragedy Inspirational

ପ୍ରାଚୀର ଭାଙ୍ଗିଲା ପରେ

ପ୍ରାଚୀର ଭାଙ୍ଗିଲା ପରେ

1 min
253


ପ୍ରାଚୀର ଭାଙ୍ଗିଲା ପରେ

ଆମେ ବି ଜାଣିଲୁ ଏବେ,

ଦିନବେଳା ଅନ୍ଧାର ନଥାଏ,

ଝଲମଲ ହେଉଥାଏ 

ସମଗ୍ର ଭାରତବର୍ଷ

ସମୁଜ୍ଜଳ ସୂର୍ଯ୍ୟାଲୋକରେ,

ରାତିରେ ବି ଜ୍ୟୋତ୍ସ୍ନା ଢାଳେ ଜହ୍ନ

ଭାରତର ପୂରପଲ୍ଲୀ ରେ

ବାଦ ଖାଲି ପଡିଥାଏ ଯାହା

'ଅଭିଶପ୍ତ ସୁସ୍ୱର୍ଗ' ଏ କାଶ୍ମୀର ଘାଟି।


ପ୍ରାଚୀର ଭାଙ୍ଗିଲାନି ତ !

ଭାଙ୍ଗିଗଲା ତମର ସେ ପାପୀହାତର

ମଜବୁତ ଅସ୍ଥି ସବୁ,

ଯେଉଁ ହାତ କାଶ୍ମୀରର କପାଳ ରେଖାକୁ

ବାରମ୍ବାର ବଦଳାଇ 

ଜୋରକରି ଲଦି ଦେଉଥିଲେ

ଆଜୀବନ ନଜରବନ୍ଦୀ 

ନିରୀହ କାଶ୍ମୀରୀ କାନ୍ଧରେ 

ଦୁର୍ଦ୍ଦଶା-ଦୁର୍ଗତି।


ପ୍ରାଚୀର ଭାଙ୍ଗିଲା ପରେ

ଭରସା ମିଳିଲାନି ଖାଲି

ବଳ ବି ସଂଚରି ଗଲା 

ଲଦାଖ ରୁ ବାରମୂଳା ,

ଲେହେ ରୁ ସୋଫିଆନା,

ସମଗ୍ର କାଶ୍ମୀର ଘାଟିରେ;

'ଆଉକେହି ମୋଡି ଭାଙ୍ଗିବେନି

ବାରମ୍ବାର ଭାଙ୍ଗିଯାଇ ପୁଣି

ଡ଼ଙ୍କାଉଥିବା ସ୍ବପ୍ନଙ୍କୁ ଆମର,

ଆମ ଭାଗ ରାସନ ଆମର ହେବ,

ଆମେ ବି ହକଦାର ହେବୁ

ସ୍ବାଧୀନତାର,ସ୍ବତନ୍ତ୍ରତାର,

ନମାଗି ବି ମିଳିବ ଆମକୁ

ସମ୍ବିଧାନ ପ୍ରଦତ୍ତ ସବୁ ଅଧିକାର,

ଆମର ହେବ ଆମ ମାଟି।'


ଦେଖ,ପ୍ରାଚୀର ଉଠିଲା ପରେ

ବସ୍ତାନୀ ଫୋପାଡ଼ି ଘରେ

ପିଲାମାନେ ଆଉ ଧାଇଁବେନି 

ଢେଲା ଓ ପଥର ଧରି

ତମ ଇଶାରାରେ

ଫିଙ୍ଗିବେନି ସେନାକୁ ପଥର,

ସାଜିବେନି ଖୁଙ୍କାର ସନ୍ତ୍ରାସୀ,

କହିବେନି'ପାକିସ୍ତାନ-ଜିନ୍ଦାବାଦ'

ଫରଫର ଉଡୁଥିବା ତ୍ରିରଙ୍ଗା ତଳେ

ସେମାନେ ବି ସଗର୍ବେ ଗାଇବେ

ଭାରତର ଜାତୀୟ ସଙ୍ଗୀତ,

ସେମାନେ ବି ସହୀଦ ହେବେ;

ଦେଶର ସୁରକ୍ଷା ପାଇଁ

ଆନନ୍ଦରେ ପତେଇବେ ଛାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy