STORYMIRROR

Binaya Bhusan Panigrahi

Abstract Fantasy

4  

Binaya Bhusan Panigrahi

Abstract Fantasy

କାଲିର ବିଶ୍ୱ

କାଲିର ବିଶ୍ୱ

1 min
129


ଜନ୍ମ ନେଲେଣି ଏବେ ନୀଳକଣ୍ଠ ମାନେ

ବିଶ୍ୱର କୋଣ ଅନୁକୋଣେ,

ଚାହୁଁଚାହୁଁ ଶିବମୟ ହେଇଯିବ 

ଧରାଧାମ-ସଚରାଚର ।

ହାତ ଗଣତିରେ ମାତ୍ର ଦିନ କେଇଟାରେ,

ଗୁଞ୍ଜରିତ ହେବ ଭୂମିରୁ ଭୁମା ଯାଏ

ମହା ମୃତ୍ୟୁଞ୍ଜୟ ମନ୍ତ୍ର

ଭୟଙ୍କର ତାଣ୍ଡବର ସମାନ୍ତରାଳରେ।

ଖୋଜିବେନି ସେମାନେ 

ଏବେର ମଣିଷ ମାନଙ୍କ ପରି

ପୃଥିବୀର ଛାତି ଚିରି 

ବୁନ୍ଦାଏ ବୁନ୍ଦାଏ ଜୀବନ

ମୁନ୍ଦେ ପିଇ ଦଣ୍ଡେ ଜୀଇଁବାକୁ,

ଲଙ୍ଘିବେନି ମହାଶୂନ୍ୟେ

ଅନୁକୋଟି ଆଲୋକ ବର୍ଷର ଦୂରତା

ପାଇବାକୁ ଆନ କେଉଁ ଗ୍ରହ-ଉପଗ୍ରହେ 

ପ୍ରଶ୍ୱାସରେ ଭରିବାକୁ ଅମ୍ଳଜାନ ଟୋପେ,

ଭୀତତ୍ରସ୍ତ କରିବନି ତାଙ୍କୁ

ଭୟଙ୍କର ଦାବାନଳ 

ବାନ୍ଧିବେ ବସତି ନିର୍ଭୟେ ସେମାନେ

ଲେଲିହାନ ସୂର୍ଯ୍ୟର ଲୋହିତ ପୃଷ୍ଠରେ।


ପିନ୍ଧିବେନି ଶିବମାନେ 

ବଶୀଭୂତ ତକ୍ଷକ ର ମାଳା ,

ପେଟପୁରା ଅନ୍ନମୁଠେ ପାଇଁ 

କେହିଜଣେ ଖଟିବାକୁ ଯିବନି ଦାଦନ

ପ୍ରକମ୍ପିତ ହେବନାହିଁ ଗଗନ-ପବନ 

ବୁଭୁକ୍ଷୁର କାତର କଣ୍ଠରେ 

ହେଇଯିବ ମୃତ ଇତିହାସ;

"ଖାଦ୍ୟମ ଦେହି "ସ୍ୱର।

ହଳାହଳ ହେଇଯିବ 

ନିତ୍ୟାହାର ଶିବ ମାନଙ୍କର,

ସପ୍ତସିନ୍ଧୁ ଲବଣାକ୍ତ ଅର୍ଣ୍ଣ 

ନିବାରଣ କରୁଥିବ ଅନ୍ତଃହିନ ତୃଷ୍ଣା।

ନଥିବେ ଶାସକ କେହି,

ଶାସିତ ନଥିବେ କେହି,

ନ ଥିବେ ଥିଲାବାଲା ,

ସର୍ବହରା ନଥିବେ କେହି,

ବିଶ୍ୱ ପାଲଟିଯିବ ଅଖଣ୍ଡ ସାମ୍ରାଜ୍ୟ

ମୃତ୍ୟୁଞ୍ଜୟି ଶିବ ମାନଙ୍କର

ହିଂସା-ଦ୍ଵେଷ, ବିଭେଦ-ବିଦ୍ୱେଷ,

ଜାତି-ଗୋତ୍ର,ବର୍ଣ୍ଣ-ବର୍ଗ 

ଆଦି କିଛି ବି ନଥିବ ସେଠି ସେଇ 

ଶ୍ରେଣୀହୀନ ଶିବ ସମାଜରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract