STORYMIRROR

Binaya Bhusan Panigrahi

Others

4  

Binaya Bhusan Panigrahi

Others

ପୁନରାବଲୋକନ

ପୁନରାବଲୋକନ

1 min
193


ବହୁବର୍ଷ ତଳେ ଦିନେ

ଯାହାକୁ ମୁଁ ପୋତି ଦେଇ

ଏ ସହର ପ୍ରବେଶ ପଥରେ

ଜାଣିଶୁଣି ଭୁଲି ଯାଇଥିଲି 

ସେଦିନ ପର୍ଯ୍ୟନ୍ତ ତା'ସହ ମୋର

ଯାହା କିଛି ନିବିଡ଼ତା ଥିଲା।

ଗାଁ ନୁହେଁ,ବିରାଟ ସହର ୟେ,

ମିଛସବୁ ନିରାଟ ସତ ଏଠି

କୃତ୍ରିମ ହେଲେବି ଏଠି ସବୁ ଗଛ ସିଧା,

ପାହାଡ଼, ଝରଣା, ନଈ,ସରୁ ଗଳିରାସ୍ତା;

ସବୁ ସିଧା ସାବାଡ଼ ଗୋଲାମ ପରି,

ଏଇଠି ଆଖିବୁଜା ଦୌଡ଼ ହିଁ ଜୀବନ,

ଚାଲିବାର ଅର୍ଥ ପରାଜୟ,

ଅତୀତକୁ ଚାହିଁବା ହିଁ ମୃତ୍ୟୁ।

ତେବେ,ବ୍ୟଥିତ ମୁଁ ଏଇଥିପାଇଁ ଯେ 

ବହୁବର୍ଷ ପରେ,ମୋ ବାର୍ଦ୍ଧକ୍ୟ ବେଳକୁ

ମୁଁ ଯାହାକୁ ଦେଇଥିଲି ଜୀବନ୍ତ ସମାଧି 

ଆଜି ପୁଣି ବାହାରି ଆସିଛି ସିଏ

ଗୋଟାପଣ କବର ଭିତରୁ ।

ନା ତା'ଦେହରେ ଲାଗିଛି ଧୂଳି

ନା ଦାଗଟିଏ ଦିଶୁଛି କେଉଁଠି

ତା ପିନ୍ଧା ବସନରେ !

ମୋର ଠିକ୍ ମନେଅଛି

ଗଢଣ ତା ମୁଖମଣ୍ଡଳର,

ତା ତ୍ୱଚାର ବର୍ଣ୍ଣ ଆଉ,ତା'ଦେହର ବାସ୍ନା

ସେସବୁ ଏବେବି ସେମିତି ଅଛନ୍ତି,

ବୟସର ରେଖାଟିଏ

ପାଇବା ଦୂରର କଥା

ବରଂ ବେଶୀ ଉଜ୍ଜଳ ଦିଶୁଛି 

ତା ମୁଖମଣ୍ଡଳ ;

ସତେ ଅବା ଝଟକି ଉଠିଛି ହେମ

ଅସ୍ତଗାମୀ ସୂର୍ଯ୍ୟକିରଣର 

କଅଁଳ ଛୁଆଁରେ।

ବିଳପୀ ଉଠୁଛି ଆତ୍ମା,ଅଧିର ହେଉଛି

ତା'କୋଳରେ ମୁଣ୍ଡରଖି

ଶୋଇବାକୁ ଶାନ୍ତିରେ ଘଡ଼ିଏ

କିନ୍ତୁ,ମୁହୂର୍ମୁହୂ ପ୍ରତ୍ୟୟ ହାରୁଛି,

ଅପୂର୍ବ ତେଜୋଦୀପ୍ତ ଶୋଭା ତା'ର 

ହଟାଇ ଦେଇଛି ବହଳ ପରଳ 

ବୟସ୍କ ଆଖିରୁ ମୋର,

ସ୍ମରଣ କରାଉଛି ମୋତେ 

ତା'ସହିତ ମୋର ବେଇମାନୀ 

ଆଉ,ଅଳିକ ସୁଖପାଇଁ 

ମୋର ଅମାପ ସ୍ୱାର୍ଥପରତାକୁ।

ତା'ମୁହଁକୁ ଦେଖିଦେଲା ପରେ 

ଚଳଚ୍ଚିତ୍ର ପ୍ରାୟ ଭାସିଯାଉଛି ଆଖିରେ

ଯେଉଁଦିନ ପଛକରି ତାକୁ 

ମୁହାଁଇଲି ସହର ଆଡକୁ 

ତା'ମୁହଁରେ ଛାଇଥିଲା ବିଷାଦର ଛାୟା,

ଖୁବ ବେଶୀ ନାରାଜ ଥିଲା

ଛାଡିବାକୁ ମୋତେ ତା'କୋଳରୁ 

ପଛରେ ଗୋଡ଼ାଇ ଗୋଡ଼ାଇ

ଆସିଥିଲା ଏ ସହର ପର୍ଯ୍ୟନ୍ତ 

ବୁଝେଇସୁଝେଇ କରି

ଫେରେଇ ନବାକୁ ମୋତେ 

ପୁଣି ତା'କୋଳକୁ 

ହେଲେ,ମୁଁ ଅତି ବ୍ୟଗ୍ର ଥିଲି ସେତେବେଳେ

ପୋଛି ଦେବାକୁ ସେଇ ମୁହୂର୍ତ୍ତରେ 

'ଗାଉଁଲି' ଛାପକୁ 

ଯାହା ଗୋଟେ ତିଳଚିହ୍ନ ହେଇ 

ମୋ ଆତ୍ମା ଭିତରେ ଥିଲା।



Rate this content
Log in