STORYMIRROR

Binaya Bhusan Panigrahi

Others

4  

Binaya Bhusan Panigrahi

Others

ଧରାବତରଣ କର ଗଜାନନ

ଧରାବତରଣ କର ଗଜାନନ

1 min
475


ସୁସ୍ଵାଗତ ଆହେ ପ୍ରଭୁ ଶ୍ରୀଗଣେଶ,

ବିଘ୍ନ ବିନାଶକ ,ସିଦ୍ଧି ପ୍ରଦାୟକ,

ଅଗ୍ରପୂଜ୍ୟ ଦେବ,ଗିରିଜା ନନ୍ଦନ।

ଧରାବତରଣ କରି ଗଜାନନ

ଗହନ ତମିସ୍ର କର ବିମୋଚନ 

ଜ୍ଞାନୋଦୀପ୍ତ କର କରି ସଞ୍ଚାଳନ।।


ସିଦ୍ଧି,ବୁଦ୍ଧି,ନିଧି,ବିବେକ ବରସି,

ଶୃଙ୍ଖଳିତ କରି ଆମ ଆଚରଣ,

ଦିବ୍ୟ ଅନୁଭବ କରହେ ପ୍ରଦାନ।

ଅମୃତ ପରଶ ଦେଇ ଅକୁଣ୍ଠିତେ

ଅହଂଭାବ,ହିଂସା-ଦ୍ୱେଷ ଆଦି ନାଶି

ମାନବକୁ କର ସୁହୃଦ ସମ୍ପନ୍ନ ।।


ସବୁରି ଅନ୍ତରେ ଭରିଦିଅ ପ୍ରଭୁ

ସ୍ନେହ,ପ୍ରେମ,ଶ୍ରଦ୍ଧା,ସେବା ଆଦି ଗୁଣ

ହେଇଯାଉ ବିଶ୍ୱ ଭେଦଭାବ ଶୁନ୍ୟ।

ଦିବ୍ୟ ଚେତନାର ପୁଣ୍ୟ ଭାଗିରଥି

ପ୍ରବାହିତ କରି ଏହି ଧରାଧାମେ

ନରାଧମେ ଦାନ କର ଦିବ୍ୟଜ୍ଞାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍