STORYMIRROR

Subhakanta Sahu

Inspirational

3  

Subhakanta Sahu

Inspirational

ତଥାପି କାହିଁକି???

ତଥାପି କାହିଁକି???

1 min
27.1K


ଜାଣିଛି ଦିନେ ମୁଁ ମରିବି ତଥାପି

ମରଣେ କିଆଁ ମୋ ଭୟ?

ବୁଦ୍ଧଙ୍କ ସିଦ୍ଧାନ୍ତ ଦୁଃଖମୟ ଧରା

ତଥାପି ମୋ ନେତ୍ରେ ଲୁହ।

ଜାଣିଛି ବିବେକ ଦିଏ ଯହିଁ ରୋକ

ସେ କାର୍ଯ୍ୟ ଉଚିତ ନୁହେଁ,

କ୍ଷଣ ସୁଖ ଆଶେ ନିତାନ୍ତ ବିବଶେ

ଭୁଲ୍ କାହିଁ କରୁଥାଏ?

ନଶ୍ବର ଶରୀର ବିନଷ୍ଟ ହୋଇବ

ଅପେକ୍ଷିତ ସେ ସମୟ

ତଥାପି କିଆଁ ମୁଁ ନାକ ଟେକେ ଆନେ

ସୁନ୍ଦର ବୋଲି ମୋ ଦେହ?

ସଞ୍ଚିତ ଧନ ମୋ ଯିବନାହିଁ ସାଥେ

ଯେବେ ଯିବି ମୁହିଁ ମରି,

ଆନହିତେ କିଆଁ ନକରେ ନିଯୋଗ

ବଢାଏ ଅନ୍ୟାୟ କରି।

ମୋର ଚୋର ବୃତ୍ତି କେହି ନଜାଣନ୍ତି

ଯେତେ ନିଜକୁ ବୁଝାଏ,

ନିଜ ପାଖେ ନିଜେ ହେଉଥାଏ ଦୋଷୀ

ପୁଣି ଚୋରି କରୁଥାଏ।

କଟୁ କଥା ମୁହିଁ କହେ ଯଦି କାରେ

ତା ମନେ ଲାଗିବ କଷ୍ଟ,

ତଥାପି ମୁଁ ରୋକି ପାରେନାହିଁ ଜିହ୍ଵା

ଭୁଲି ଶାଳିନତା ଶିଷ୍ଟ।

ଜାଣିଛି ମୁଁ "ମିଛ" ନିଶିର ତମସା

ଉଇଁବ ସତ୍ୟର ସୂର୍ଯ୍ୟ,

ତଥାପି କାହିଁକି ମିଛ କହୁଥାଏ

ନଥାଇବି ଅନିର୍ବାର୍ଯ୍ୟ।

ଜାଣେ ମୁଁ ପାପୀଙ୍କୁ ସମାଜର ଘୃଣା

ତଥାପି କରେ ମୁଁ ପାପ,

ସଭ୍ୟ ଛଦ୍ମ ବେଶେ ଅସଭ୍ୟ ମୋ କାର୍ଯ୍ୟ

ନାହିଁ ମୋର ଅନୁତାପ।

ନିଜର ପ୍ରଶଂସା ନିଜ ମୁଖେ ଶୋଭା

ପାଏ ନାହିଁ ମୁହିଁ ଜାଣେ,

ଆନେ ନିନ୍ଦୁଥାଏ ନିଜ ଗୁଣ ଗାଇ

ନିଜକୁ ମୁଁ ଶ୍ରେଷ୍ଠ ମଣେ।

ମିଛେ ମୁଁ ବିଳପେ ଦୁଃଖୀରଙ୍କିପାଇଁ

ସଭାରେ ଝରାଇ ଲୁହ,

ଅଭାବୀଙ୍କ ଅର୍ଥ ଲୁଟି ଖାଉଥାଏ

ଉଠୁଥାଉଁ ଦୀନ କୋହ।

ପ୍ରତିଶ୍ରୁତି ଦିଏ ମୁଁ ଜନ ସେବକ

ଜନ ପ୍ରତିନିଧି ନେତା,

ଭୁଲେ କିଆଁ ତାଙ୍କୁ ପଦବୀ ପରେ ମୋ

ଭୁଲେ ଦେଇଥିବା କଥା।

ପିତୃ ମାତୃ ଋଣ ହୁଏନି ପୂରଣ

ଯେତେ ସେବା କରିଲେ ବି

ସ୍ଵୟଂ ସୁଖ ପାଇଁ ତାଡେ କିଆଁ ତାଙ୍କୁ

ଜାଣେ ଯଦି ପାପୀ ହେବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational