ତଥାପି ଜୀବନ
ତଥାପି ଜୀବନ
ବଞ୍ଚିବାକୁ ହେଲେ ସହିବାକୁ ହୁଏ
ଅନେକ ଯନ୍ତ୍ରଣା ଏଠି
ଲାଭ, କ୍ଷତି ଆଉ ହସ ଓ କାନ୍ଦ ର
ନାହିଁ କିଛି ମାପକାଠି ।
ଇଚ୍ଛା ନଥିଲେ ବି ହସିବାକୁ ହୁଏ
ଲୁଚାଇ ଆଖିର ଲୁହ
ମିଛ ଅଭିନୟ କରିବାକୁ ହୁଏ
ଭୁଲି ହୃଦୟର କୋହ ।
ନିଜ ପାଇଁ ନୁହେଁ ଅନ୍ୟ ପାଇଁ ଏଠି
ବଞ୍ଚିବାକୁ ହୋଇଥାଏ
କର୍ତ୍ତବ୍ୟ ନିର୍ବାହ କରୁ କରୁ ଦିନେ
ସମୟଟା ସରିଯାଏ ।
ଲୋଭ,ମୋହଗ୍ରସ୍ତ ସଂସାରରୁ ଯେବେ
ସରିଯାଏ ଅଭିନୟ
ରିକ୍ତ ହସ୍ତ ହୋଇ ସମସ୍ତଙ୍କୁ ଛାଡ଼ି
ନେବାକୁ ହୁଏ ବିଦାୟ ।
ତୁମ ତ୍ୟାଗ ଆଉ ବଳିଦାନ ଯେତେ
କେହି ପାରନ୍ତିନି ଜାଣି
'ତଥାପି ଜୀବନ' ଜୀଇଁବାକୁ ହେବ
ଏତେ ସବୁ ଜାଣି ଶୁଣି ।
