ତଥାପି ବଞ୍ଚିଛି ?
ତଥାପି ବଞ୍ଚିଛି ?
ତୁମେ ମୋତେ
ଧ୍ବଂସ କଲ
ମୋ ଦେହରେ
ଅଗଣିତ କ୍ଷତ କଲ
ମୁଁ ଚୁପ ରହିଲି
କେବଳ ତୁମକୁ
ଖୁସି ମୁଠାଏ ଦେବା ପାଇଁ
ତୁମ ବିଳାସପୂର୍ଣ୍ଣ
ଜୀବନ ଯାପନ ପାଇଁ
ମୁଁ ଓ ମୋ ସନ୍ତାନ ମାନେ
ବଳି ଚଡ଼ିଗଲେ
ତୁମକୁ ନିଜର କରିବାପାଇଁ
ତୁମେ ଭାବିଲନି
ବୁଝି ବି ପାରିଲନି
ମୋ ବୁକୁ ତଳେ ହୁତୁହୁତୁ
ଜଳୁଥିବା ଅନାୟତ ଅନୁଭବକୁ
ମୋତେ ହାଣିଲ
ମୋତେ ସଉଦା କଲ
ମୋତେ ଆଉ ମୋ ପ୍ରେମକୁ
ବିକ୍ରି କଲ ବିଦେଶୀ ହାତରେ
କିଛି ଟଙ୍କା ପାଇଁ
ମୁଁ ତଥାପି ଚୁପ ରହିଲି
ବୋଧେ ଭାବିନେଲ ତମେ
ତୁମପରି ହାତଗୋଡ଼ ନାହିଁ ବୋଲି
କିଛି ଆପତ୍ତି କରିପାରିବିନି
ମୋ ସହ ତମେ ଯେତେ
ଅତ୍ୟାଚାର କଲେ
ମୋ ପାଇଁ ତୁମ ଜୀବନ
ଯୋଗାଏ ସକଳ ପ୍ରାଣୀଙ୍କୁ
ଅନେକ ଗ୍ୟାସ ଆଉ ଅମ୍ଳଜାନ,
କରେ ପରିବେଶ ସନ୍ତୁଳନ
ତଥାପି ବୁଝିଲନି ଥରେ ମୋ ହୃଦବ୍ୟଥା
ଆଜିବି ମୁଁ ତୁମ ଅପେକ୍ଷାରେ
କାଳେ ବଦଳି ଯିବ ତମେ
ଆଉ ତୁମ ବିକୃତ ସମାଜ
ଆଗାମୀ ଅଧ୍ୟାୟରେ
ମୋତେ ହରେଇ ଭୋଗିବ
ଅନେକ ଯନ୍ତ୍ରଣା
ଘଟିବ ତମ ସହ ଅଂସଖ୍ୟ ଘଟଣା
ତୁମ ଦୁଃଖରେ ଦୁଃଖୀ ହେବାକୁ
ତଥାପି ବଞ୍ଚିଛି
ତମେ ମୋ ସହ ଏତେ ଅତ୍ୟାଚାର କଲାପରେ
ମୋ ବିଶ୍ୱାସରେ ଜହର ଭରିଲା ପରେ
କେବେଳ ଆଉ କେବଳ
ନିଃସ୍ୱାର୍ଥ ପର ମୋ ହୃଦୟର ପ୍ରେମରେ
ତଥାପି ବଞ୍ଚିଛି
କିଞ୍ଚିତ ମାତ୍ର ଆଶା ନେଇ
ତମେ ବଦଳିଯିବ
ମୋ ଦେହକୁ ସବୁଜ ଶାଢୀରେ
ସଜେଇବ ଭାବି
