STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ତଥାପି ଭାରତ କାନ୍ଦୁଛି

ତଥାପି ଭାରତ କାନ୍ଦୁଛି

1 min
406


ଭାରତ ମାତା କାନ୍ଦୁଅଛି ଆଜି

ଅନେକ ବେଦନା ପାଇ

ଭାରତ ସିନା ସ୍ୱାଧୀନ ହୋଇଲା

ଦୁଃଖ ତାର ଗଲା ନାହିଁ....


କେତେ କେତେ ଵୀର ସନ୍ତାନ ହରାଇ

ଭାରତ ସ୍ୱାଧୀନ ପାଇଛି

କେତେ ବୈଦେଶିକ ବେଦନା କୁ ବହି

ଦୁଃଖରେ ସେ ଦିନ କାଟିଛି....


ଭାବିଥିଲା ସିଏ ସ୍ୱାଧୀନ ପାଇଲେ

ହସରେ ଖୁସିରେ ରହିବ

କିଏ ଜାଣିଥିଲା ସ୍ବାଧୀନତା ପରେ

ଅନେକ କଷଣ ମିଳିବ.....


ବାହାରରେ ଶତ୍ରୁ ଭିତରରେ ଶତ୍ରୁ

କାହା ସହ କେତେ ଯୁଝିବ

ଆପଣା ଲୋକତ ଦୁଃଖ ଦେଉଛନ୍ତି

କାହା ଆଗେ ଯାଇ କହିବ.....


ବାହାର ଶତ୍ରୁ କୁ ମୁକାବିଲା ପାଇଁ

ବୀର ସନ୍ତାନ ଅଛନ୍ତି

ଭିତର ଶତ୍ରୁ ଯେ ଆପଣାର ହୋଇ

ମାଆ ଦୁଃଖ ବୁଝୁନାହାନ୍ତି.....


ନିଜ ସ୍ୱାର୍ଥ ପାଇଁ ନିଜର ମାଆ କୁ

କ୍ଷତ ବିକ୍ଷତ କରନ୍ତି

କିଛି ଅର୍ଥ ପାଇଁ ଦେଶ ଗୁପ୍ତ କଥା

ଶତ୍ରୁ ହାତେ ଟେକି ଦିଅନ୍ତି.....


ଭାରତ କୋଳରେ ନାରୀଟିଏ ଆଜି

ଘୁରି ବୁଲିବାକୁ ଡରୁଛି

ସ୍ୱାଧୀନ ଭାରତେ ନାରୀଟିଏ ଆଜି

ପରାଧୀନ ହୋଇ ରହିଛି.....


ଦେଶର ହିତ କୁ ପଛରେ ପକେଇ

ହୀନ ରାଜନୀତି ଚାଲୁଛି

ରକ୍ଷକ ଏଠାରେ ଭକ୍ଷକ ହୋଇ

ଭାରତ କୁ ନିନ୍ଦା ଦେଉଛି...


ଆଧୁନିକ ହୋଇ ମୋ ଭାରତ ମାତା

ବିଶ୍ୱରେ ପ୍ରଶଂସା ପାଉଛି

ବିଶ୍ୱରେ ପ୍ରଶଂସା ପାଉଅଛି ସିନା

ତଥାପି ଭାରତ କାନ୍ଦୁଛି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational