STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ତଥାପି ଅବୁଝା

ତଥାପି ଅବୁଝା

1 min
405


ଏତେ ଦୁଃଖ କଷ୍ଟ ପାଇଛି ପାଉଛି

 ତଥାପି ବୁଝେ କି ମଣିଷ!

ସାମାନ୍ୟ ସ୍ଵାର୍ଥେ ସେ ଲାଳାୟିତ ହୋଇ

ନିଜ ମୁଖୁ ପୋଛେ ହସ,

 କି କରି ପାରିବ କିସ

ଅଦୂରରେ ନିଜ ମୃତ୍ୟୁ ଫାଶ ଧରି

କାଳ ହସେ ବିକଟାଳ ହସ।


ନିଜ ହାତେ ନିଜ ମୃତ୍ୟୁକୁ ଧରିଛି

ତଥାପି ପାରେ ନା ବୁଝି,

ପବିତ୍ର ସମ୍ପର୍କ ତୁଛ ମଣି ପାଦେ

 ଠେଲି ଦେଇ ଯାଏ ଘୁଞ୍ଚି,

ଏ ଜୀବନେ କିସ ଅଛି

ବିଭୁନାମ ସ୍ମରି ସତ୍ୟ କର୍ମ କରି

 ନ ପାରିବୁ କି ରେ ବଞ୍ଚି।


ଆସିଥିଲେ ଏକା ଶୂନ୍ୟହସ୍ତ ହୋଇ

 ଶୂନ୍ୟ ହୋଇ ବାହୁଡିବୁ,

ମିଛ ଅହମିକା ଅର୍ଥ କି ଆସନ

ସାଥେ ହାତେ କି ବା ନେବୁ,

ଛାଡି ମୋହମାୟା ସବୁ

ଯେତେଦିନ ଥିବ ଏ ବୈକୁଣ୍ଠ ଧାମେ

ସୁସମ୍ପର୍କ ନେଇ ଥିବୁ।

ବିଭୁପଦେ ଧ୍ୟାନ ଦେବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational